ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ । ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏକପ୍ରକାର ଶୂନଶାନ୍ ହୋଇଯାଇଛି । ଏପରିକି ଗୁରୁବାର ମଧ୍ୟାହ୍ନ ୨ଟାରୁ ଅନ୍ଧାର ଘୋଟି ଆସିଥିବା ବେଳେ ରାତ୍ର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଥିବା ଜଣାପଡିଛି । ଦଶହରାରେ ଦୁର୍ଗା ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ବଦଳରେ ଦେଖିବାକୁ ମିଳିଛି ନୀରବତା । ତେବେ ପ୍ରବଳ ବର୍ଷା ସତ୍ତ୍ବେ ନିତିକାନ୍ତି ଅନୁଯାୟୀ ମା’ଙ୍କ ପୂଜା କରାଯାଉଥିବା କହିଛନ୍ତି ପୂଜକ ।