ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଠାରେ ଫ୍ରେଣ୍ଡସ କ୍ଲବ୍ ଭୁବନେଶ୍ୱରପୁର ଓ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଭାଗର ଚକ୍ଷୁ ଡାକ୍ତରଙ୍କ ଦ୍ୱାରା ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା । ଚଷମା ଓ ଔଷଧ ମାଗଣାରେ ପ୍ରଦାନ କରାଯାଇଥିଲା । ଏଥିରେ ଏହି ଅଞ୍ଚଳର ପାଖାପାଖି ଏକରୁ ଶତାଧିକ ଲୋକ ଉପକୃତ ହୋଇଥିଲେ । ପରିଚାଳନାରେ ଫ୍ରେଣ୍ଡସ କ୍ଲବର ବିକାଶ ସାହୁ, ଦେବାଶିଷ ସାହୁ, ଗଜିନ ବାରିକ, ପଙ୍କଜ ସାହୁ, ଦୁର୍ବାଦଳ ସାହୁ, ସୁବ୍ରତ ସାହୁ, ତୋଫାନ ସାହୁ ଓ ତ୍ରିଲୋଚନ ନେତ୍ରାଳୟର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।