ଡୁମ୍ବେରବାହାଲରେ ଷୋହଳ କୋଠି ଓ ଡାଲଖାଇ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଲୋପ ପାଉ ଯାଉଥିବା ଲୋକ ସଂସ୍କୃତି ପରମ୍ପରା ଓ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ଗାଁର ଗୌଡପଡ଼ାରେ ଷୋହଳ କୋଠି ଓ ଡାଲଖାଇ ପୂଜା ତିନି ଦିନ ଧରି ପାଳିତ ହୋଇଯାଇଛି । ଗ୍ରାମର ଅଙ୍ଗାରବତୀ ବାଗ, ବୀଣା ବାଗ, ପ୍ରମିଳା ବାଗ, ପାରିଜାତ ବାଗ, ସରସ୍ଵତୀ ବାଗ, ଗୋମତୀ ହଂସ, ଯମୁନା ବରିହା, ଦ୍ରୌପଦୀ ନେତାମ, ଶକୁନ୍ତଳା ଏଣ୍ଡଜା, ପୂର୍ଣ୍ଣିମା ବରିହା, ତିଳୋତ୍ତମା ହଂସ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ୭ ଜଣ କୁଆଁରୀ କନ୍ୟା ତିନିଦିନ ଉପବାସ କରି ପୂଜା ଅର୍ଚ୍ଚନା କରି ଷୋହଳ ଦେବାଦେବୀ ଓ ଗ୍ରାମ ଦେବତାଙ୍କୁ ପୂଜା କରିଥିଲେ । ଏହି ପୂଜା ଅବସରରେ ଧୂମକେଳ ଓ ପଞ୍ଚବାଦ୍ୟରେ ପୂଜାସ୍ଥଳି ପ୍ରକମ୍ପିତ ହୋଇ ଉଠିଥିଲା । ଢୋଲ ମହୁରୀର ତାଳେ ତାଳେ ଉପାସୀମାନେ ଡାଲଖାଇ ନୃତ୍ୟ ପରିବେଷଣ କରି ଗାଁ ପରିକ୍ରମା କରିଥିଲେ । ଏଥିରେ ପିଙ୍କୁ ବାଗ, କୁମର ହଂସ, କ୍ଷିତ ହଂସ, ବେଦବ୍ୟାସ ହଂସ, କେଶବ ବାଗ, ଚତୁର୍ଭୁଜ ନେତାମ, ସୁଦାମ କନ୍ଧେର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.