ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ ଗୋଟିଏ ଗମ୍ଭୀରାରେ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ ପୂଜା ପାଉଛନ୍ତି । ଏହି ଐତିହ୍ୟ ପୀଠରେ ଦଶହରା ଓ ନବରାତ୍ରିି ପୂଜା ଆୟୋଜିତ ହୋଇଥିଲା । ପାଟଣା ଶାସନ ସମୟରେ ତନ୍ତ୍ରମନ୍ତ୍ର ପୀଠ ଭାବରେ ଏହା ବେଶ ପରିଚିତ ଥିଲା । ୨୬ଟି ଗଡ ମଧ୍ୟରେ ସାଲେଭଟା ଗଡର ବେଶ ପରିଚୟ ଥିଲା । ରାଜା ବଳରାମ ଦେଓଙ୍କ ଗଡରେ ଏହି ପୀଠ ତନ୍ତ୍ରମନ୍ତ୍ର ସାଧନାର ପୀଠ ଥିଲା । ରାଜାଙ୍କ ଖମାରରେ ପୂଜା ପାଉଛନ୍ତି ଦୁଇ ଭଉଣୀ । ଗତ ୨୧ ତାରିଖ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ଦିନ ମା’ଙ୍କ ଧବଳମୁଖି ବେଶ, ୨୨ ତାରିଖ ଦିନ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ଦିନ ପୂଜାରମ୍ଭ ଓ ଘଟ ସ୍ଥାପନ ହୋଇଥିଲା ଓ ଅଖଣ୍ଡ ଦୀପ ଭକ୍ତମାନେ ପ୍ରଜ୍ୱଳନ କରିଥିଲେ । ୨୯ ତାରିଖ ସୋମବାର ଦିନ ମା’ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା ଗ୍ରାମରେ ଶୋଭାଯାତ୍ରା ବାହାରି ଦର୍ଶନ ଦେଇଥିଲେ । ବଏଲଯାତ୍ରାରେ ବିଭିନ୍ନ ମାନସିକଧାରୀମାନେ ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ଜିଲ୍ଲାରୁ ତଥା ଗାଁରୁ ଭକ୍ତଙ୍କ ସୁଅ ଛୁଟିଥିଲା । ଗତ ସୋମବାର ଦିନ ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଛତର, ବୈରବ, ଢୋଲ, ନିଶାନ, ତାସା ଓ ଘଣ୍ଟ ବାଦ୍ୟରେ ମା’ଙ୍କର ଶୋଭାଯାତ୍ରା ବାହାରିଥିଲା । ଶେଷରେ ମା’ ପାଟଣେଶ୍ୱରୀ ମନ୍ଦିରକୁ ବାହୁଡିଥିଲେ । ମୁଖ୍ୟ ପୂଜକ ପ୍ରକାଶ ଦିଶ୍ରୀ ତନ୍ତ୍ର ପୀଠରେ ସ୍ଥାପନା ହୋଇ ମା’ଙ୍କୁ ଆବାହନ କରିଥିଲେ । ମନ୍ଦିର କମିଟିର ସଭାପତି ସଂଗ୍ରାମ କିଶୋରୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଟିଙ୍କୁ ବିଶ୍ୱାଲ, ସଂପାଦକ ଜିତୁ ମେହେର, ସହ-ସଂପାଦକ ପ୍ରଭଞ୍ଜନ ସା, କାର୍ଯ୍ୟକାରୀ କମିଟି ସଦସ୍ୟ ନିମାଇଁ ମହାକୁର, ସହଦେବ ଭୁଏ, ଲିକୁନ ପଟ୍ଟନାୟକ, ପ୍ରଶାନ୍ତ ଶିକା, ଅଜିତ ମେହେର, ସେବକ ରାଉତ, ସୁରୁ ରାଉତ, ବିକାଶ ଦିଶ୍ରୀ, ମିଲୁ ପାଣ୍ଡେ, ସିପୁନ ପଟେଲ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।