mahavir

ବନଦୁର୍ଗା ମନ୍ଦିରରେ ନବରାତ୍ରୀ ଦିନରେ ଭକ୍ତ ମାନଙ୍କୁ ଦର୍ଶନ ଦେଲେ ମାଁ ସିଦ୍ଧିଦାତ୍ରୀ ରୂପରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଆଜି ମଙ୍ଗଳବାର ସକାଳ ୮ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣ, ଶଙ୍ଖ ଘଣ୍ଟ ନାଦରେ ସର୍ବ ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଆବାହନ କରି ପୂଜା କଲା ପରେ ମନ୍ଦିରରେ ଥିବା ପାର୍ଶ୍ଵ ଦେବାଦେବୀଙ୍କୁ ପୁଜାର୍ଚ୍ଚନା କରି ମା’ ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ବେଶରେ ଆବାହନ କରି ପୂଜା ଆରମ୍ଭ କରିଥିଲେ । ମା’ ଦୁର୍ଗା ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇ ଅସୀମ କରୁଣା ପ୍ରଦାନ କରି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଦେବୀ ସିଦ୍ଧିଦାତ୍ରୀ ହେଉଛନ୍ତି ମା’ ଦୁର୍ଗାଙ୍କର ନବମ ଅର୍ଥାତ ଶେଷ ସ୍ୱରୂପ । ତାଙ୍କ ନାମର ଅର୍ଥ ହେଉଛି “ସିଦ୍ଧି” ( ଆଧ୍ୟାତ୍ମିକ ଶକ୍ତି)”ଦାତ୍ରୀ” (ପ୍ରଦାନ କରୁଥିବା)ନବରାତ୍ରର ନବମ ଦିନ ଯାହାକୁ ମହାନବମୀ କୁହାଯାଏ, ସେହିଦିନ ପୂଜା କରାଯାଏ । ଦେବୀ ସିଦ୍ଧିଦାତ୍ରୀ ତାଙ୍କ ଭକ୍ତମାନଙ୍କୁ ଆଠ ପ୍ରକାରର ସିଦ୍ଧି ପ୍ରଦାନ କରନ୍ତି । ଅରୁଣ କୁମାର ଦାନି ଓ ତାଙ୍କ ସହଧର୍ମିଣୀ ପ୍ରତ୍ୟେକ ଦିନର କର୍ତ୍ତା ଦାୟିତ୍ୱ ବହନ କରୁଛନ୍ତି । ବନଦୁର୍ଗା ମନ୍ଦିରର ସଭାପତି ଡ଼ା. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ ଅନିଲ କୁମାର ବେହେରାଙ୍କ ତତ୍ୱାବଧାନରେ ଗଜିଆ ଶର୍ମା, ପ୍ରତାପ ମିଶ୍ର, ଗଜୁ ଅଗ୍ରୱାଲ, ଅଜିତ ଶତପଥୀ, ସୁଶାନ୍ତ ପଧାନ, ବିଷ୍ଣୁ ଥପା ଓ ଉମେଶ ସାହୁଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ନିର୍ବାହ କରି ଆସୁଛନ୍ତି ।

Leave A Reply

Your email address will not be published.