ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ରାବଣ ଦରବାର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ୭୪ତମ ମାଣ୍ଡୋସିଲ ସାର୍ବଜନୀନ ଦୁର୍ଗାପୂଜାରେ ରାବଣ ଦରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଓ ସମ୍ମାନିତ ଅତିଥି ଭାବରେ ପୂଜା କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆ, ସମ୍ପାଦକ ଗୋପାଳ ପ୍ରସାଦ ବେହେରା, ଗ୍ରାମ୍ୟ କମିଟି ସଭାପତି ଜଗନ୍ନାଥ ପୁଟା, ସମ୍ପାଦକ ରାଧେଶ୍ୟାମ ପଟେଲ, ଭୀମସେନ ଖୁଣ୍ଟିଆ, ଧନସିଂ ପଟେଲ, କିଶୋର ଖୁଣ୍ଟିଆ, ତପନ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ । ଶରତ ଚନ୍ଦ୍ର ହଂସ ସଭା ପରିଚାଳନା କରିଥିଲେ । ରାବଣ ଦରବାର ରବିବାର ଠାରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହୋଇ ରାବଣପୋଡି ହେବ । ଏଥିରେ ପୂଜା କମିଟି ତଥା ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.