ଆଞ୍ଚଳିକ ରାଜପୁତ କ୍ଷତ୍ରୀୟ ସମାଜ ତରଫରୁ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ରାଜପୁତ କ୍ଷତ୍ରୀୟ ସମାଜର ସଭାପତି ବିପିନ ବିହାରୀ ଠାକୁରଙ୍କ ଅଧ୍ୟକ୍ଷତାରେ ଉକ୍ତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗଲପୁର୍ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ ସିଂହ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପଦ୍ମପୁର ବନଖଣ୍ଡ ଅଧିକାରୀ ରଣଜିତ ସିଂ ବାବୁ ଓ ବିଦ୍ୟାଧର ସିଂ ଦେଓ ଓ ସୁନ୍ଦରଗଡ଼ ରାଜପୁତ ସମାଜର ସଭାପତି ରାଜୁ ସିଂହ ଯୋଗ ଦେଇଥିଲେ । ରାଜପୁତ ସମାଜ ଏକତ୍ରିତ ହୋଇ ଆଗାମୀ ଯୁବପିଢିକୁ ଶିକ୍ଷାକ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମପୁର ରାଜପୁତ କ୍ଷତ୍ରୀୟ ସମାଜର ବୟୋଜେଷ୍ଠ ଯଶୋବନ୍ତ ନାରାୟଣ ସିଂହ ରାଜପୁତ ସମାଜର ଐତିହ୍ୟକୁ ଆଲୋକପାତ କରିଥିଲେ । ସମ୍ପାଦକ ହରିଶଙ୍କର ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ସନ୍ତୋଷ ସିଂହ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ, ସୁନ୍ଦରଗଡର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ଏବଂ ଆନନ୍ଦ ସିଂହ, ଦିଲ୍ଲୀପ ସିଂହ, ଭୂପେଶ ସିଂହ, ବୁଲୁ ଠାକୁର, ରୁପେଶ ସିଂହ, ସଂଜୀବ ଠାକୁର ସହଯୋଗ କରିଥିଲେ ।

Leave A Reply

Your email address will not be published.