ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସନ୍ତୋଷ ସିଂ ସାଲୁଜା ସୋମବାର ମୁରିବାହାଲ ବ୍ଲକରେ ହେଉଥିବା ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ଜଗତ ଜନନୀ ମାଁ ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଶ୍ରୀ ସାଲୁଜା ବ୍ଲକର ଚାନୁଟମାଲ, ଗୁଡିଘାଟ, ଚଳକି, ମୁରିବାହାଲ, ଜମିଦାର ପଡା(ମୁରିବାହାଲ), ଜାମୁଟ ଓ ସାରସପଡାଠାରେ ହେଉଥିବା ଶାରଦୀୟ ଦୁର୍ଗାପୂଜାରେ ଯୋଗଦେଇ ମାଁଙ୍କ ଆଶିଷ ଭିକ୍ଷା କରିବା ସହ ପୂଜା କମିଟି ସହିତ ମଧ୍ୟ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମରେ ବ୍ଲକର ବରିଷ୍ଠ କଂଗ୍ରେସ ନେତା ବିଭିଷଣ ମହାନନ୍ଦ, ଯଦୁପତି ଅଗସ୍ତି, ଗିରିଧାରୀ ସାହୁ, ବୁଲୁ ବିଶି, ବିଜୟ ପାତ୍ର, ବୁଲୁ କୁମ୍ଭାର, ବିଷ୍ଣୁ ପ୍ରସାଦ ସାହୁ, ମକୁନ୍ଦ ବଘାର ଓ ଗୁରମେଲ ସିଂ ଭାଟିଆଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇ ଉପସ୍ଥିତ ଥିଲେ ।
Next Post