
ବଲାଙ୍ଗିର , (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଚଉଦ ବର୍ଷରୁ କମ ଓ ସତର ବର୍ଷରୁ କମ ବାଳକ, ବାଳିକାଙ୍କ ବିଦ୍ୟାଳୟ ସ୍ତରୀୟ ସ୍କୁଲ ସମୂହ କବାଡି ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତି ଓ ବ୍ଲକ ସମ୍ପାଦିକା ଶ୍ରୀମତୀ ରଞ୍ଜିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତିଳୋତ୍ତ୍ତମା ବାଗ ଓ ୩୦ ନମ୍ବର ଜୋନର ସମିତି ସଭ୍ୟ ହିମାଚଳ ବୁଡ଼େକ, ଘୁନସର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁ, କରମତଲା, ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ୱିତୀକୃଷ୍ଣ ପଧାନ, କୁଆଁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଘନଶ୍ୟାମ ପୁରୋହିତ ସାମ୍ମାନୀୟ ଅଥିତି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଦିଗଦର୍ଶନ ଦେଇଥିଲେ । ମୁଖ୍ୟ ଅତିଥି ଓ ସାମ୍ମାନୀୟ ଅଥିତିଙ୍କ ଦ୍ଵାରା ବ୍ଲକ ପତାକା ଉତ୍ତୋଳନ କରି ଖେଳକୁ ଆରମ୍ଭ କରିଥିଲେ । ଏହି ଖେଳରେ ଚାରୋଟି ଜୋନରୁ ୧୬ଟି ବାଳକ, ବାଳିକା ଦଳ ଖେଳାଳି ଓ ୨୫ ଜଣ ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏଥି ମଧ୍ୟରୁ ମୁରିବାହାଲ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବାପାଇଁ ସବୁ ବିଭାଗରୁ ୧୨ ଜଣ ଲେଖା ଖେଳାଳିଙ୍କୁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନା କରିଥିବା ବେଳେ ଛନଛଡ଼ ବିଦ୍ୟାଳୟର ସମସ୍ତ ସହକର୍ମୀ ଓ ସରସ୍ୱତୀ ଶିଶୁମନ୍ଦିରର ସମସ୍ତ କର୍ମଚାରୀଙ୍କ ପରିଶ୍ରମ ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ସ୍ୱାଗତ କରିଥିବା ବେଳେ ଖେଳ ଶିକ୍ଷୟିତ୍ରୀ ବନିତା ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଖେଳ ଶିକ୍ଷକ ଭବାନୀ ଶଙ୍କର ପୁଟେଲ, ସୁଦର୍ଶନ ନାୟକ, ପ୍ରଶାସନ ବାଗ, ବିନୋଦ ବିହାରୀ ବେହେରା, ରାଜବିହାରୀ ବନଛୋର, କନଭେନେରର ଦାୟିତ୍ୱ ନେବା ବେଳେ ବ୍ଲକର ସମସ୍ତ ଖେଳ ଶିକ୍ଷକ ସହଯୋଗ କରିଥିଲେ ।