csstore

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଆଇଆଇଏମସି ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

ଭୁବନେଶ୍ୱର, (ପିଆଇବି) : ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ଲାଗି ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି) ପରିସରରେ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିପାଇଁ ଫଟୋ ପଠାଇବାର ଶେଷ ତାରିଖ ଆସନ୍ତା ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ଢେଙ୍କାନାଳ ଉପଖଣ୍ଡ ବନ ବିଭାଗ କାର୍ଯ୍ୟାଳୟ ଏବଂ ଆଇଆଇଏମସିର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ମୋଟ୍ ତିନୋଟି ବର୍ଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ବ୍ୟକ୍ତିଗତ ଓ ଦଳଗତ ଫଟୋ ଏବଂ ଫଟୋ ଫିଚର ବର୍ଗରେ ଆଇଆଇଏମସି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ଆଉ ଗୋଟିଏ ମୁକ୍ତ ବର୍ଗରେ ସାଧାରଣ ନାଗରିକ ଏବଂ ପେସାଦାର ଫଟୋଗ୍ରାଫରମାନେ ଅଂଶଗ୍ରହଣ କରିପାରିବେ। ଜୈବ ବିବିଧତାର ସୌନ୍ଦର୍ଯ୍ୟ, ପ୍ରାଣୀ ଓ ଉଦ୍ଭିଦ ଜଗତର ବିବିଧ ରଙ୍ଗ, ମଣିଷ-ବନ୍ୟପ୍ରାଣୀ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିଷୟବସ୍ତୁ ଉପରେ ଅଂଶଗ୍ରହଣକାରୀମାନେ ଆସନ୍ତା ୨୫ ତାରିଖ ସୁଦ୍ଧା https://forms.gle/KpHEdTdskJpgNVuGAଲିଙ୍କରେ ଫଟୋ ଅପଲୋଡ୍ କରିପାରିବେ। ଫଟୋ ୧-୫ ଏମବି ମଧ୍ୟରେ ହେବା ଉଚିତ୍। ବିଗତ ୬ ମାସ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ଫଟୋ ଉଠାଯାଇଥିବା ଆବଶ୍ୟକ। ପ୍ରତ୍ୟେକ ଫଟୋର ଏକ ସଂକ୍ଷିପ୍ତ ବିବରଣୀ ଏବଂ ଗୋଟିଏ ଧାଡ଼ିର କ୍ୟାପ୍ସନ ରହିଥିବା ଆବଶ୍ୟକ। ନିୟମିତ କ୍ୟାମେରା, ପଏଣ୍ଟ ଆଣ୍ଡ ସୁଟ୍ କିମ୍ବା ଡିଏସଏଲଆର କ୍ୟାମେରାରେ ଫଟୋ ଉଠାଇ ହେବ।ତେବେ ଡ୍ରୋନ୍ କ୍ୟାମେରାରେ ଉଠାଯାଇଥିବା ଫଟୋକୁ ଗ୍ରହଣ କରାଯିବ ନାହିଁ।

jayashree
Leave A Reply

Your email address will not be published.