
ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂଯୁକ୍ତ କୃଷକ ସଂଗଠନ ତରଫରୁ ପଶ୍ଚିମ ଓଡିଶା ପବିତ୍ର ପୀଠ ନୃସିଂହନାଥ ରାମଚଣ୍ଡୀ ମନ୍ଦିର ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରଗତିଶୀଳ ୧୭ ଗୋଟି କୃଷକ ସଂଗଠନର ୪୦୦ ପ୍ରତିନିଧି ଯୋଗ ଦେଇଥିଲେ । ସଭାରେ ପ୍ରଥମେ ମା’ ରାମଚଣ୍ଡୀ ଏବଂ ସମଲେଶ୍ୱରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ସଭା ଆରମ୍ଭ କରାଯାଇ ୧୦୯ ବର୍ଷିଆନ ଶ୍ରୀପତି ପଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଧାନ ପଞ୍ଜିକରଣକୁ ତୁରନ୍ତ ଆରମ୍ଭ କରାଯାଉ, ସୁଲଭ ମୂଲ୍ୟରେ ରାସାୟନିକ ସାର ଯୋଗାଇ ଦିଆଯାଉ, ମାଣ୍ଡିଆଢିପା ଠାରେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷିତ ଆଡିବନ୍ଧକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ, ଖାଦ୍ୟର ଗୁଣବତ୍ତା ବଜାୟ ରଖିବା ପାଇଁ ସମସ୍ତେ ପ୍ରାକୃତିକ ବା ଜୈବିକ ଚାଷ କରିବା ନିଷ୍ପତ୍ତି ନିଆଯାଇଛି ଏବଂ ବରଗଡ଼ ଜିଲ୍ଲାକୁ କୃଷି ଜିଲ୍ଲା ଘୋଷଣା କରାଯାଉ, ପରେ ବକ୍ତାମାନେ ଚାଷୀମାନଙ୍କୁ ସଂଗଠିତ କରି ହକ ଅଧିକାର ସଚେତନତା ପାଇଁ ଗାଁ ଗାଁରେ ସର୍ବ ସମ୍ମତି କ୍ରମେ ସଭାସମିତି କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ରମେଶ ମହାପାତ୍ର, ଅଶୋକ ସାହୁ, ଅଜିତ ଶତପଥୀ, ଉତ୍ପନ୍ନ ଭୋଇ, ରାଜେନ୍ଦ୍ର ଦେହେରୀ, ଅଭିମନ୍ୟୁ ପଧାନ, ଥବିର ସାହୁ, ସୁବାସ ବିଶ୍ୱାଳ, ଟିକେଲାଲ ମିଶ୍ର, ସୁଦାମ ପାତ୍ର, କାରଣ ସାହୁ, ତପନ ମିଶ୍ର, ସୁବାସ ପଧାନ, ସାମନ୍ତ ସାହୁ, ମୁରଲୀ ଭୋଇ, ଅରବିନ୍ଦ ପଣ୍ଡା, ବୀରବଲ ମହାକୁଡ଼, ବୈଲୋଚନ ଭୋଇ, ବିଚିତ୍ରାଣନ୍ଦ ପାତ୍ର, ରୋହିତ ପଧାନ ବକ୍ତବ୍ୟ ରଖିଥିବା ବେଳେ ଭୋଜନ ବ୍ୟବସ୍ଥାରେ ଚିତ୍ତରଞ୍ଜନ ପଧାନ, ମନୋଜ ବାରିକ, ଦୀନବନ୍ଧୁ ବାରିକ ସହଯୋଗ କରିଥିଲେ । ଲିଙ୍ଗରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।