csstore

ଗଞ୍ଜାମ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ମା’ ପାଇଁ ଗଛଟିଏ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମାଆ ପାଇଁ ଗଛଟିଏ ଗଞ୍ଜାମ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଭିକାରୀପଲ୍ଲୀ ପଞ୍ଚାୟତର ବାଲିବଗଡ ଉଦ୍ୟାନ ପଡ଼ିଆରେ ଆୟୋଜିତ ହୋଇଯାଇଛି । ଗଛଟିଏ ଲଗାଇବା, ଗଛ ପୋତିବା ନିଜ ମାଆ ନାଆଁରେ । ଯିଏ ମାଆକୁ ସେବା କରୁଥିବ, ମାଆକୁ ସ୍ନେହ କରୁଥିବ ସିଏ ଆଜି ମା’ ପାଇଁ ଗଛଟିଏ ରୋପଣ କରିବ ଏବଂ ସ୍ନେହ ଶ୍ରଦ୍ଧାରେ ଗଛଟିକୁ ବଡ କରିବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଗଛଟିଏ ରୋପଣ କରି ଉପହାର ଦେବା ବୋଲି ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ନିଜ ଅଭିଭାଷଣରେ କହିଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଛତ୍ରପୁର ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତର ବାଲିବଗ଼ଡ ଠାରେ “ଏକ ପେଡ୍ ମାଆ କେ ନାମ୍ ୨.୦” ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ମନ୍ତ୍ରୀ ଶ୍ରୀ ଜେନା ଉଦ୍‌ଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ୭ ଲକ୍ଷରୁ ଅଧିକ ଗଛ ଲଗାହେବ ଏବଂ ଗଛଟିଏ ଲଗାଇଦେଲେ ହେବନାହିଁ, ତାକୁ ପାଣି ସାର ଦେଇ ବଡ କରିବା ହେଉଛି ଆମର ପ୍ରଧାନ କର୍ତ୍ତବ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ କହିଥିଲେ । ଗଛ ଲଗାଇ ପରିବେଶର ଯତ୍ନ ନେବା ଓ ଭବିଷ୍ୟତ ପାଇଁ ଏକ ସୁନ୍ଦର ପୃଥିବୀ ଗଢି ତୋଳିବା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଡି.ଏଫ୍.ଓ. ସୋନି ଖୋଖର, ପ୍ରୋବେସନାରୀ ଆଇ.ଏ.ଏସ୍. ମ୍ରିଣାଲିକା ରାଠୋର, ଉପାଧ୍ୟକ୍ଷା ଏସ୍. ଶାରଦା ରେଡ୍ଡୀ, ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଶ୍ୱନାଥ ନୀଳାମ୍ବର (ଆଇ.ଏଫ୍.ଏସ୍), ବ୍ଲକ୍ ଉନ୍ନୟନ ଅଧିକାରୀ ସମ୍ବିତ୍ ସାହୁ, ସରପଞ୍ଚ ମମତା ସୁବୁଦ୍ଧି, ସମିତି ସଭ୍ୟ ଏମ୍. କାନ୍ତାମ୍ମା ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୫୭ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନା ପ୍ରଦାନ କରାଯାଇଥିଲା । ୧୨ ଗୋଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୧୫ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ସମସ୍ତ ବ୍ଲକ୍, ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ ଓ ମହାବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନରେ ସମସ୍ତେ ମାଆ ପାଇଁ ଗଛଟିଏ ରୋପଣ କରିଛନ୍ତି ।

jayashree
Leave A Reply

Your email address will not be published.