କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ‘ନୁଆଁଖାଇ ଭେଟ ଉଛବ୍’ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପତିତ ପାବନ ଏକାଡେମୀ ସଭାଗୃହରେ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ ତରଫରୁ ‘ନୁଆଁଖାଇ ଭେଟ ଉଛବ୍’ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କୋଶଲି ସଂଗଠକ ରଘୁନାଥ ବାବୁଙ୍କ ପୌରୋହିତ୍ୟରେ ଏହି ବୈଠକରେ କବି ସୁଜିତ୍ କୁମାର ସତପଥି ସଭାପତିତ୍ୱ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ସଂଗଠନର ସଚିବ ମଧୁସୂଦନ ଦାସ ଓ କବି ସୁଶାନ୍ତ ବାଗଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ତଥା ଟ୍ରଷ୍ଟି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ବାଦାନ୍ୟତା ଓ ମାର୍ଗଦର୍ଶନ ପାଇଁ ସଦସ୍ୟମାନଙ୍କ ତରଫରୁ ସାମୁହିକ କୃତଜ୍ଞତା ଓ ଧନ୍ୟବାଦ ଦିଆଯାଇଥିଲା । ମଞ୍ଚରେ ଅତିଥି ଭାବରେ ଡଃ. ଘାସିରାମ ମିଶ୍ର, ଡଃ. କୌତୁକ ପନ୍ଦର, କବି ନବିନ ବିଶ୍ୱବନ୍ଧୁ, କବି ଜ୍ୟୋତିପ୍ରକାଶ ଗଡ଼ତ୍ୟା ଓ କବି ରାଜେଶ ଦଣ୍ଡସେନା ମଞ୍ଚାସୀନ ଥିଲେ । ଏଇ ଅବସରରେ କବି ସଂକିତ୍‌ର୍ତ୍ତନ ମହାଲିଙ୍ଗଙ୍କ କୋଶଲି କବିତା ସଙ୍କଳନ “ଭିନେ ସଁସାର” ଉନ୍ମୋଚିତ ହୋଇଥିଲା । ତଦ୍‌ଅନ୍ତେ ସଂଗଠକ ଆଶୁତୋଷ ମିଶ୍ର ଓ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଏକ ବର୍ଣ୍ଣାଢ଼୍ୟ କୋଶଲି କବିତା ଆସର କବି ସଚ୍ଚିଦାନନ୍ଦ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ କୋଶଲି’କବି ସୁଶାନ୍ତ ବାଗ, ନିର୍ମାଲ୍ୟ ସ୍ୱାଇଁ, ପୁଷ୍ପାଞ୍ଜଳି ମେହେର, ସରସ୍ଵତୀ ମିଶ୍ର, ପୁସ୍ତମ ଜୁଆଡ଼ି ଓ ଲୋକେଶ୍ୱର ପାଣ୍ଡେ ମଞ୍ଚାସୀନ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଟ୍ରଷ୍ଟ ସଦସ୍ୟ ଶରତ କୁମାର ହୋତା, କିଶୋର କୁମାର ପୁରୋହିତ, ବିରେନ୍ଦ୍ର କୁମାର ବନଛୋର୍, ଆଶୁତୋଷ ମିଶ୍ର, ଶ୍ରୀପାଳ ପଣ୍ଡା, ନବକିଶୋର ବେହେରା, ତପସ୍ଵିନୀ ପଶାୟତ, ଅଭିଜିତ ଫରିକାର, କୁମାରୀ କବିତା ଝାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.