csstore

ଓଡିଶା ମୋଟର ଚାଳକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ମୋଟର ଚାଳକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ ମୋଟର ଚାଳକଙ୍କ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଶିବିର ରବିବାର ସ୍ଥାନୀୟ ସୁଦପଡ଼ା କଲ୍ୟାଣ ପଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋୖରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସୂଚନା ଅଧିକାରୀ କର୍ମୀ ହେମନ୍ତ କୁମାର ପଣ୍ଡା ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ୍ରାଇଭର କଲ୍ୟାଣ ବୋର୍ଡ଼ ମେମ୍ବର ଅକ୍ଷୟ କୁମାର ନାୟକ, ସାଧାରଣ ସମ୍ପାଦକ ଅରୁଣ ମହାନ୍ତି, ବଲାଙ୍ଗିର ସଂଘ ସଭାପତି ସତ୍ୟାନନ୍ଦ ପ୍ରଧାନ, କୋଷାଧ୍ୟକ୍ଷ ସୁବ୍ରତ କୁମାର ଯୋଶୀ, ଆୟୋଜକ ବିଶ୍ୱନାଥ ମିଶ୍ର, ନନ୍ଦନ ନାଏକ, ପ୍ରମୋଦ ସାହୁ, କୃଷ୍ଣ ଭାଲେତ, ଭୀଷ୍ମ ତାଣ୍ଡି, ପ୍ରମୋଦ ସାହୁ, ଦୁର୍ଗା ପଟେଲ ଓ ଅନ୍ୟମାନେ ଉପସ୍ଥିତ ରହି ସଭାର ସଫଳ ଆୟୋଜନ କରିଥିଲେ । କାର୍ଯ୍ୟକାରିଣୀ ବୈଠକରେ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ରାଜ୍ୟରେ ଡ୍ରାଇଭର କଲ୍ୟାଣ ବୋର୍ଡ଼ ଗଠନ କରାଯାଇଥିବାରୁ ଡ୍ରାଇଭରମାନେ ଏହାକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଏହି ଶିବିରରେ ଡ୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ଦିଗରେ ବିଶେଷ ଆଲୋଚନା ହୋଇଥିଲା । ଏଥିରେ ବହୁ ଅଭିଜ୍ଞ ଡ୍ରାଇଭର ଟ୍ରାଫିକ ସମସ୍ୟା, ଡ୍ରାଇଭର ମାନଙ୍କ ଅସୁବିଧା ଓ ଏହାର ନିରାକରଣ ଦିଗରେ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ । ଏହି ଅବସରରେ ମୃତ ଡ୍ରାଇଭର ଡାକ୍ତର ଜାଲଙ୍କ ସ୍ତ୍ରୀଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶିର ଚେକ ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.