ଚାଷୀ ପୁଅ ଉଡାଇବେ ଯୁଦ୍ଧ ବିମାନ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଉପାନ୍ତ ସୁଖାସୋଢା ଗ୍ରାମର ଚାଷୀ ପୁଅ ମନୋଜ ସାହୁ(୧୯) ଉଡାଇବେ ଯୁଦ୍ଧ ବିମାନ । ମନୋଜ ନିକଟରେ ହୋଇଥିବା ବାୟୁସେନାର ପରୀକ୍ଷାର ଉତ୍ତୀର୍ଣ ହୋଇଛନ୍ତି । ଆସନ୍ତା ୨୪ ତାରିଖ ଭୁବନେଶ୍ୱରରେ କାମରେ ଯୋଗଦେବେ । ଏହାପରେ କର୍ଣ୍ଣାଟକରେ ଟ୍ରେନିଂ ଆରମ୍ଭ କରିବେ । ଟ୍ରେନିଂ ଶେଷ ହେବା ପରେ ସେ ଦେଶ ମାତୃକାର ସେବା ନିୟୋଜିତ ହେବେ ବୋଲି ମନୋଜ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୋ ବାପା ଜଣେ ଚାଷୀ, ସେ କଠିନ ପରିଶ୍ରମ କରି ଆମକୁ ମଣିଷ କରିବାସହ ଦେଶବାସୀଙ୍କୁ ଅନ୍ନ ଯୋଗାଉଛନ୍ତି । ତାଙ୍କ ପୁଅ ହୋଇ ମୁଁ ଦେଶ ମାତୃକାର ସେବାପାଇଁ ସେନାରେ ଯୋଗଦେବା ମୋ ପାଇଁ ଗର୍ବର ବିଷୟ । ମନୋଜ ଟ୍ରେନିଂ ପରେ ବାୟୁସେନାରେ ଯୋଗଦେଇ ଆକାଶରେ ଲଢୁଆ ବିମାନରେ ଉଡ଼ିବେ, ଶତ୍ରୁ ସୈନ୍ୟଙ୍କ ସହ ଲଢିବେ । ମାତ୍ର ୧୯ ବର୍ଷ ବୟଷରେ ତାଙ୍କର ଦେଶପ୍ରତି ଏହି ସମର୍ପିତ ଭାବ ସମସ୍ତଙ୍କୁ ବିମୋହିତ କରିଛି ।

Leave A Reply

Your email address will not be published.