oom

ଲଳିତ ନାୟକଙ୍କ ପରଲୋକରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଦେଓଗାଁ ଶାଖା ତରଫରୁ ଶ୍ରଦ୍ଧାଞ୍ଜଳି ସଭା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ପରଲୋକରେ ଦେଓଗାଁ ଵିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଦେଓଗାଁ ବସଷ୍ଟାଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଅଞ୍ଚଳର ବହୁ ଲଳିତ ପ୍ରେମୀମାନେ ଯୋଗ ଦେଇଥିଲେ । ଶୈଳେନ୍ଦ୍ର ସାହୁ, ଶଶି ଭୂଷଣ ସାହୁ, ବିଶ୍ୱଜିତ୍ ପାତ୍ର, ଅନନ୍ତ ସାହୁ, ଅନ୍ତର୍ଯ୍ୟାମୀ ଭୋଇ, ବୁଦ୍ଧଦେବ ପରୁଆ, ସୁବଳ ରଣା, ସନ୍ୟାସୀ ସାହୁ, ପ୍ରଦ୍ୟୁମ୍ନ ସାହୁ, ଜଗୁ ସାହୁ, ଗୋଲାପ ରଣା, କାର୍ତ୍ତିକ ମଲ୍ଲିକଙ୍କ ସହ ଦେଓଗାଁ ବ୍ଲକ୍ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ କିଶୋର ସାହୁ, କୃଷ୍ଣପ୍ରସାଦ ପାଣିଗ୍ରାହୀ, ରାମଚନ୍ଦ୍ର ପୁରୋହିତ, ଶରତ ପୁଟେଲ, ବଦ୍ରିନାଥ ହୋତା, ଶେଷଦେବ ମେର୍ଲୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନାୟକଙ୍କ ଆତ୍ମାର ସତଗତି ନିମନ୍ତେ କାମନା କରିଥିଲେ । ବଲାଙ୍ଗିର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକାନନ୍ଦ ପୁଟେଲଙ୍କ ଉପସ୍ଥିତିରେ ଦେଓଗାଁ ଶାଖାର ଗୌରହରି ସାହୁ (ସୁନ୍ଦର), ଶ୍ରୀନାଥ ସାହୁ (ଶ୍ରିନୁ), ନିତ୍ୟାନନ୍ଦ ଷଡ଼ଙ୍ଗୀ, ମନୀଷ ସାହୁ, ସାଇକୃଷ୍ଣ ବାଗ, ରାମପ୍ରସାଦ ଦଳାଇ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.