ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁ ଗମ୍ଭୀରତାର ସହିତ ସ୍ୱୀକାର କରୁଛି ଏବଂ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଉଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ-ଆମେରିକା ସମ୍ପର୍କକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ସକାରାତ୍ମକ ଆକଳନକୁ ସେ ଗମ୍ଭୀରତାର ସହିତ ସ୍ୱୀକାର କରୁଛନ୍ତି ଏବଂ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ‘‘ଭାରତ ଏବଂ ଆମେରିକା ମଧ୍ୟରେ ଅତ୍ୟନ୍ତ ସକାରାତ୍ମକ ଏବଂ ଦୂରଦର୍ଶୀ, ବ୍ୟାପକ ତଥା ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ ରହିଛି’’, ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି;
‘‘ଆମ ସମ୍ପର୍କକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ସକାରାତ୍ମକ ଆକଳନକୁ ଗମ୍ଭୀରତାର ସହିତ ସ୍ୱୀକାର କରୁଛି ଏବଂ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ଅତ୍ୟନ୍ତ ସକାରାତ୍ମକ ଏବଂ ଦୂରଦର୍ଶୀ, ବ୍ୟାପକ ତଥା ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ ରହିଛି’’ ।