csstore

ଚୋରି ହୋଇଥିବା ସୁନା ମିଳିବ କେବେ : ୬୦ଗ୍ରାମ ସୁନା ଦେଇ କାମ ସାରିଦେଲା ପୁଲିସ

କଂଟାବାଞ୍ଜି/ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରର ଆଶ୍ରମ ପଡାରେ ରହୁଥିବା ଜଣେ ବିଧବା ମହିଳାଙ୍କ ଘରୁ ଗତ ନୂଆଁଖାଇ ପୂର୍ବରୁ ସୁନା ଓ ଟଙ୍କା ଚୋରି ହୋଇଥିଲା । ତେବେ ଏହାକୁ ନେଇ କଂଟାବାଞ୍ଜି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ କିଛି ସୁନା ମଧ୍ୟ ଜବତ କରିଛି । ସୁଚନା ଅନୁସାରେ ନୂଆଖାଇ ପୁର୍ବରୁ ବିଧବା ମହିଳା ନିଶିମା ତବସୁମଙ୍କ ଘରୁ ୨୩୦ ଗ୍ରାମର ସୁନା ଓ ନଗତ ୪୦ହଜାର ଟଙ୍କା ଚୋରି ହୋଇଥିଲା । ଏଥିରେ ମହିଳା ଜଣଙ୍କ ଥାନାରେ ଲିଖିତ ଜଣାଇଥିଲେ ଯେ, ତାଙ୍କ ଘରେ କାମ କରୁଥିବା ଚାକରାଣୀ ମାଧୁରୀ ପୋଡଙ୍କ ସଂପୃକ୍ତି ଥିବା ସହ ସେ ହିଁ ଘରୁ ସୁନା ଓ ଟଙ୍କା ଚୋରି କରିଛି । ତେବେ ଅଭଯୋଗକୁ ଭିତ୍ତି କରି କଂଟାବାଞ୍ଜି ପୁଲିସ ସଂପୃକ୍ତ ଥିବା ଚାକରଣୀ ମାଧୁରୀକୁ ଗିରଫ କରିବା ସହ ତାଙ୍କ ଠାରୁ ମାତ୍ର ୬୦ ଗ୍ରାମ ସୁନା ଜବତ କରି ଫେରାଇଛି । ଏହାକୁ ନେଇ ଏବେ ପୁଣି ନିଶିମା ସ୍ଥାନୀୟ ଏସ୍‌ଡିପିଓ ଏବଂ ବଲାଙ୍ଗିର ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗରେ ଲେଖା ରହିଛି ଯେ, ତାଙ୍କର ଏହି ସୁନା ଚୋରି ମାମଲାରେ ସଂପୃକ୍ତ ଥିବା ଚୋର ମାଧୁରୀକୁ ପୁଲିସ ଗିରଫ କରି ଜେଲ ପଠାଇଲା ସତ ହେଲେ ମାତ୍ର ୬୦ ଗ୍ରାମ ସୁନା ଦେଇ କାମ ସାରି ଦେଇଛି କଂଟବାଞ୍ଜି ପୁଲିସ । ଏଣୁ ଏହାର ତଦନ୍ତ ଏକ ଭଲ ଅଫିସର କଲେ ଆମେ ଉପକୃତ ହେବୁ ଏବଂ ମୋର ଚୋରି ହୋଇଥିବା ସମସ୍ତ ଚୋରି ସୁନା ଫେରି ପାଇବୁ । ଏହାକୁ ନେଇ ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛନ୍ତି ନଶିମାଙ୍କ ପରିବାର ବର୍ଗ ।

jayashree
Leave A Reply

Your email address will not be published.