pr

ପୃଥ୍ଵୀରାଜ ହାଇସ୍କୁଲ ଛାତ୍ରଙ୍କ ଭିତରେ ରଚନା ଓ ତର୍କ ପ୍ରତିଯୋଗିତା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ଵୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ଦ୍ୱାରା ପ୍ରାୟୋଜିତ ରଚନା ଓ ତର୍କ ପ୍ରତିଯୋଗିତା ପୃଥ୍ଵୀରାଜ ହାଇସ୍କୁଲ ଛାତ୍ରଙ୍କ ଭିତରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହେଇଯାଇଛି । କୃତି ଛାତ୍ରମାନଙ୍କୁ ଆସନ୍ତା ଗୁରୁଦିବସ ଦିନ ସଂଘ ତରଫରୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯିବ । ଏହି ପ୍ରତିଯୋଗିତା ଗୁରୁଜୀ ବିକାଶ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସହଯୋଗୀ ଗୁରୁଜୀ ଓ ଗୁରୁମା ବୃନ୍ଦ ପରିଚାଳନା କରିଥିଲେ । ସଂଘର ଉପସଭାପତି ରାଜକିଶୋର ଦାସ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ସହସମ୍ପାଦକ ପ୍ରଦୀପ ମିଶ୍ର, ପରିଚାଳନା କମିଟି ସଦସ୍ୟ ସତ୍ୟନାରାୟଣ ପଣ୍ଡା, ସଲିମ ଖାନ, ବିଜୟ କୁମାର ଶତପଥି, ଭଗବାନ ବଗର୍ତ୍ତି, ରାମଶଙ୍କର ଶତପଥି ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା ପାଇଁ ସହଯୋଗର ହାତ ବଢ଼ାଇଥିଲେ । ନିଜ ପ୍ରିୟ ସ୍କୁଲର ଛାତ୍ରମାନଙ୍କୁ ଅନୁପ୍ରେରିତ କରିବା ପାଇଁ ସଂଘ ତରଫରୁ ଏପରି ପ୍ରତିଯୋଗିତାର ଆୟୋଜନ ପ୍ରତିବର୍ଷ କରାଯାଉଛି ।

nrusinghnath
Leave A Reply

Your email address will not be published.