pr

ପ୍ରହସନ ପାଲଟିଛି ପ୍ରବାସୀ ଶ୍ରମିକ ସଚେତନତା ଶିବିର

dr. purohit
  • ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ ଶ୍ରମିକ ଗାୟବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରୁ ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଇ ଶୋଷଣ ହେଉଛନ୍ତି । କେତେ ଶ୍ରମିକ କାମ କରିବା ଅନ୍ୱେଷଣରେ ଯାଇ ମୃତ୍ୟୁ ବରଣ କରୁଛନ୍ତି ତାର ମଧ୍ୟ ପ୍ରଶାସନ ଏବଂ ସରକାର ପାଖରେ ସଠିକ ଉତ୍ତର ନାହିଁ । ଗତ ୨୦୨୪ ବର୍ଷରେ ୨୪୭୯୮ ଦାଦନ ଶ୍ରମିକ ବଲାଙ୍ଗିର ଜିଲ୍ଲାରୁ ପଞ୍ଜିକୃତ କରି ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିବା ଶ୍ରମବିଭାଗ ତରଫରୁ ସୂଚନା ମିଳିଛି । ଅନ୍ୟପଟେ ସତ୍ୟତା କହିବାକୁ ଗଲେ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରମିକ ଦାଦନ ପାଇଁ ପ୍ରତ୍ୟେକ ବର୍ଷ ଜିଲ୍ଲାରୁ ବାହାରକୁ ଯାଉଥିବାବେଳେ ତାହା ବଢ଼ି ବଢ଼ି ଚାଲିଛି । ତାହେଲେ ପ୍ରତ୍ୟେକ ବର୍ଷ ସରକାର ଏବଂ ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଡମ୍ବର ସହ ଦାଦନ ଋତୁ ଆରମ୍ଭରେ ବିଭିନ୍ନ ସ୍ଥାନରେ ସଚେତନତା ଶିବିର ଅନୁଷ୍ଠିତ କରୁଛନ୍ତି କିନ୍ତୁ ତାହା ପ୍ରହସନ ପାଲଟିଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି । ରାଜ୍ୟରେ ଦାଦନ ଶ୍ରମିକଙ୍କୁ ରୋକିବା ଏବଂ ବାହାର ରାଜ୍ୟକୁ ନିର୍ଯ୍ୟାତିତ ହୋଇ ଗରିବ ଶ୍ରେଣୀରର ଲୋକେ କିଭଳି କାମ କରିଯିବେ ନାହିଁଁ ଏନେଇ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ ମାନଙ୍କରେ ନିଶ୍ଚିତ କର୍ମନିଯୁକ୍ତି ଭଳି ବିଭିନ୍ନ ଯୋଜନା କରିଛନ୍ତି । ହେଲେ ଦୁର୍ଭାଗ୍ୟବଶତଃ ସେମାନଙ୍କୁ ଉଚିତ୍ ସମୟରେ କିମ୍ବା ଉଚିତ୍ ଟଙ୍କା ନଦେଇ ଗରିବ ଶ୍ରମିକଙ୍କ ଅଧିକାରକୁ ଛଡେଇ ନେବା ଭଳି ଘଟଣା ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ ତେଣୁ ବାଧ୍ୟ ହୋଇ ସେମାନେ ବାହାର ରାଜ୍ୟକୁ ବିଭିନ୍ନ ନିର୍ୟ୍ୟାତନା ସହି କି ମଧ୍ୟ କାମ କରିବାକୁ ଯାଇଥାନ୍ତି । ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ କଠୋର ନିୟମ ସହ ଅଣ ପଞ୍ଜିକୃତ ଦାଦନ ସର୍ଦ୍ଦାର, ବେଆଇନ ଭାବେ ଦାଦନ ଚାଲାଣ କରୁଥିବା ସଦର୍ଦ୍ଦାର ମାନଙ୍କ ଉପରେ କଠୋର କାର୍ଯ୍ୟନେୁଷ୍ଠାନ ନେଲେ ଭଲ ହେବ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.