pr

ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟର ପ୍ରତିଷ୍ଠା ଦିବସ ପାଳିତ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଜିଏମଏଫସି କୋର୍ଟର ଆଜି ପ୍ରତିଷ୍ଠା ଦିବସ ବଙ୍ଗୋମୁଣ୍ଡା ଓକିଲ ସଂଘ ତରଫରୁ ପାଳନ କରାଯାଇଛି । ବଙ୍ଗୋମୁଣ୍ଡା ଓକିଲ ସଂଘ ସଭାପତି ସୁଧାଂଶୁ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା କୋର୍ଟଜଜ୍ ଶୁଭମ କାନୁନଗୋ ଯୋଗ ଦେଇଥିଲେ । ଏଥିରେ ସଂପାଦକ କୈଳାସ ବିଶ୍ୱାଳ, ସହ ସଂପାଦକ ହେମନ୍ତ ନାଏକ, ଉପ ସଭାପତି ପ୍ରଦୀପ ଶର୍ମା, କୋଷାଧ୍ୟକ୍ଷ ସନ୍ତୋଷ ପୁରୋହିତ, ଯୁଗ୍ମ ସଂପାଦକ ବୁଧଦେବ ଭରାସଗରିଆ, ଦିନେଶ ତାଣ୍ଡି, ନଳିନୀ ମେହେର, ସୁନୀଳ ପୁଟେଲ, ପ୍ରକାଶ ନାଗ, ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ରାଓ, ହରିବନ୍ଧୁ ମେହେର, ରାଜୁ କୁମ୍ଭାର, ଲିଗାଲ ସେଲର ସଦସ୍ୟ ନାରାୟଣ ମିଶ୍ର ଯୋଗଦେଇଥିଲେ । ଏହି ସଭାକୁ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.