pr

ଗୋଇମୁଣ୍ଡ ୪୯ତମ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୯ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମୃତ୍ତିକା ଅନୁକୂଳ କରାଯାଇଥିଲା । ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ଗ୍ରାମର ଟଙ୍ଗଜୋର କୂଳ ନିକଟରୁ ମୂର୍ତ୍ତି ପ୍ରସ୍ତୁତ ଉପଯୋଗୀ ମାଟି ଅନୁକୂଳ କରାଯାଇଥିଲା । ଘଣ୍ଟ, ଶଙ୍ଖ ବାଦ୍ୟ ସହ ମଣ୍ଡପରୁ ବାହାରି ଟଙ୍ଗଜୋର କୂଳକୁ ପହଁଚି ସେଠାରେ ପାରମ୍ପରିକ ରୀତିନୀତିରେ ପୂଜା କରାଯାଇ ମାଟି ଅନୁକୂଳ ଏବଂ ମାଟି ସଂଗ୍ରହ କରାଯାଇଥିଲା । ଗ୍ରାମବାସୀଙ୍କ ଉଦ୍ୟମରେ ଗତ ୪୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବିଧି ଏବଂ ନିଷ୍ଠାର ସହ ପୂଜା ପାଳିତ ହୋଇଆସୁଛି । ମୃତ୍ତିକା ଅନୁକୂଳ କାର୍ଯ୍ୟକ୍ରମରେ କମିଟି ସଭାପତି ଅକ୍ଷୟ ସାହୁ, ସମ୍ପାଦକ ଭକ୍ତବନ୍ଧୁ ସାହୁ, କୋଷାଧ୍ୟକ୍ଷ ଗୋରେଖ ଭୋଇ, କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ, ସହ ସମ୍ପାଦକ ଚିତରଞ୍ଜନ ସାହୁ, ସାଂସ୍କୃତିକ ସମ୍ପାଦକ ତରଣୀ ସେନ ସାହୁ, କମିଟି ସଦସ୍ୟ ରୋହିତ ଭୋଇ, କମ୍ବୁ ସାହୁ, ଅମିତ ରଣା, ରମାକାନ୍ତ ସାହୁ, ଅଶୋକ ନାରାୟଣ ଭୋଇ, ବାବୁନା ସାହୁ, ରୂପେଶ ସାହୁ, ଟିକୁ ରଣା, ମିଳନ ଥପା ପ୍ରମୁଖ ସାମିଲ ହୋଇଥିଲେ । ଗାଁକୁ ପହଁଚିବା ପରେ ବନ୍ଦାପଣା ଦେଇ ସ୍ୱାଗତ କରାଯାଇଥିଲା ।

nrusinghnath
Leave A Reply

Your email address will not be published.