ଐତିହ୍ୟ ସାଲେଭଟା ମାଁ ପାଟଣେଶ୍ୱରୀ ମନ୍ଦିର ପର୍ଯ୍ୟଟନ ସ୍ଥଳି ମାନ୍ୟତା ସୌନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ଦାବି ପାଇଁ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଐତିହାସିକ ସାଲେଭଟା ୨୬ଟା ଗଡ ମଧ୍ୟରୁ ପାଟଣା ଶାସନ ସମୟ ଗଡ ମଧ୍ୟରେ ବେଶ ଗାଁ ପରିଚିତ । ଗୋଟିଏ ମନ୍ଦିରରେ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ ୧୫୦୦ ଖ୍ରୀଷ୍ଟାବ୍ଦ ରାଜା ବଳରାମ ଦେବଙ୍କ ଅମଳରୁ ଏହି ମନ୍ଦିରଟି ସ୍ଥାପନ ହୋଇଥିଲା । ଏହାର ସୌନ୍ଦର୍ଯ୍ୟକରଣ ଓ ଐତିହ୍ୟ ଗାରିମା ବଖାଣୁଥିବା ସେ ସମୟର ପାଟଣା ଓ ସମ୍ବଲପୁର ଅଂଚଳ ଭାଗ ହୋଇଥିଲା । ପାଟଣା ମୁହାଁ ହୋଇଥିଲେ ମାଁ ପାଟଣେଶ୍ୱରୀ ଓ ସମ୍ବଲପୁର ମୁହାଁ ହୋଇଥିଲେ ମାଁ ସମଲେଶ୍ୱରୀ । ଏହା ଇତିହାସରେ ବେଶ୍‌ ଲିପିବଦ୍ଧ ହୋଇ ରହିଛି । ଏହାର ସୁରକ୍ଷା ପାଇଁ ୨୧ତାରିଖ ଦିନ ମନ୍ଦିର କମିଟିର ସଦସ୍ୟ ଓ ଦେବାଳୟ ସୁରକ୍ଷା କମିଟି ସହ ଏକ ବୈଠକ ହୋଇଥିଲା । ଏହି ବୈଠକରେ ରାଜ୍ୟ ସରକାର ଐତିହ୍ୟ ପୀଠ ଓ ଓଡିଶା ଅସ୍ମିତା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ପାଶ୍ୱର୍ରେ ଗାଇଖାଇ ଡ୍ୟାମ ଓ ମାଁ ଚଣ୍ଡି ମନ୍ଦିର ଥିବା ବେଳେ ଏହା ମନ୍ଦିରର ଗାରିମା ପର୍ଯ୍ୟଟନ ମାନ୍ୟତା ପାଇଲେ ବେଶ ବଢିବ । ଏନ୍‌ଏଚ୍‌୨୬ ଯାଉଥିବା ରାଜପଥରେ ଗ୍ରାମ ରାସ୍ତାରେ ମନ୍ଦିର ସୂଚନା ଫଳକ ଏବଂ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ୫୦ଲକ୍ଷ ଟଙ୍କା ଦାବି କରିଛନ୍ତି । ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲାପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଦାବି କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ମନ୍ଦିର କମିଟିର ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ, ସଂପାଦକ ଜିତୁ ମେହେର, କୋଷାଧ୍ୟକ୍ଷ ପଙ୍କଜ ବିଶ୍ୱାଲ, ସହ-ସଂପାଦକ ପ୍ରଭଞ୍ଜନ ସା, ମନ୍ଦିର ପୂଜକ ପ୍ରକାଶ ଦିଶ୍ରୀ, ଦେବାଳୟ ସୁରକ୍ଷା କମିଟିର ଉପ-ସଭାପତି ପ୍ରଶାନ୍ତ ମହାକୁର, ସେବକ ରାଉତ, ଲିଙ୍କନ ପଟ୍ଟନାୟକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.