ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ବିଶୁଦ୍ଧ ଓ ସୁସ୍ଥ ପାନୀୟ ଜଳ ପାଣି ପାଇଁ ବାଲ୍ଟି ନେଇ ଏନ୍‌ଏସ୍‌ୟୁଆଇ ଛାତ୍ର ଛାତ୍ରୀମାନଙ୍କର ଅଭିନବ ପ୍ରତିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନ୍ୟାସନାଲ୍‌ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ) ବଲାଙ୍ଗିରର ସଦସ୍ୟମାନେ ଶୁକ୍ରବାର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଭିତରେ ସୁରକ୍ଷିତ ଓ ସୁସ୍ଥ ପାଣି ଯୋଗାଣ ଦାବିରେ ଏକ ଅଭିନବ ଉପାୟରେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାବି ଜଣାଇଛନ୍ତି । ଛାତ୍ର ନେତା ଏବଂ ସଦସ୍ୟମାନେ ଖାଲି ବାଲ୍ଟି ହାତରେ ନେଇ କଲେଜ ଛକରେ ଥିବା ଜଳ ଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପାଦରେ ଚାଲି ଚାଲି ଯାଇଥିଲେ । ଏହି ପ୍ରତୀକାତ୍ମକ ପଦକ୍ଷେପ ମାଧ୍ୟମରେ ସେମାନେ କ୍ୟାମ୍ପସରେ ପାଣି ସମସ୍ୟା ପ୍ରତି ସ୍ୱର ଉଠାଇଥିଲେ । ପରେ ସେମାନେ ଏକ ସ୍ମାରକପତ୍ର ଦେଇ ନୂଆ ପାଇପ୍‌ ଟାଙ୍କି ରୁ ଶିଘ୍ର ପାଣି ଯୋଗାଣ କରିବାକୁ ଦାବି କରିଥିଲେ । ଛାତ୍ରମାନେ କହିଥିଲେ ବିଶ୍ୱ ବିଦ୍ୟାଳୟ ପ୍ରାଙ୍ଗଣରେ ନୁଆ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଏଥିରୁ ପାଣି ଯୋଗାଣ ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ଫଳରେ ଛାତ୍ର ଓ ଅଧ୍ୟାପକମାନେ ଭୂତଳ ପାଣି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏନ୍‌ଏସ୍‌ୟୁଆଇ ଜିଲ୍ଲା ଅଧ୍ୟକ୍ଷ ଚିନ୍ମୟ ବେହେରା କହିଥିଲେ ବର୍ତ୍ତମାନ ପାଣି ପିଇବା ଯୋଗ୍ୟ ନୁହେଁ ଏବଂ ଏଥିରୁ ଚର୍ମ ରୋଗ ସହିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି । କର୍ତ୍ତୃପକ୍ଷଙ୍କୁ ନୂଆ ଟାଙ୍କିରୁ ପାଣି ଯୋଗାଣ କରିବାକୁ ପଡିବ । ସୁରକ୍ଷିତ ପାଣି ହେଉଛି ମୌଳିକ ଆବଶ୍ୟକତା, କେବଳ ମାତ୍ର ଏକ ସୁବିଧା ନୁହେେଁ । ଛାତ୍ରମାନେ ଦାବି କରିଥିଲେ ଯେ ଯଦି ସେମାନଙ୍କ ଦାବି ସ୍ୱୀକୃତ ନ ହୁଏ ତେବେ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବା ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁ, ରାଜ୍ୟ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ନୀତିଶ ପଧାନ, ସତ୍ୟଦେବ ସ୍ୱାଇଁ, ଚନ୍ଦନ ସାହୁ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନେ ପ୍ରମୁଖ ଥିଲେ ।

jittmm
Leave A Reply

Your email address will not be published.