ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଧୁ ନୃସିଂହ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋପପୁର ମହିମା ଆଶ୍ରମର ଅଧିଷ୍ଠାତା ସାଧୁ ନୃସିଂହ ଦାସ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି । ନୃସିଂହପଡାରୁ ଏକ ହୋମ ଯଜ୍ଞ ସାରି ଗୋପପୁର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଭୁବନେଶ୍ୱରପୁର ଗାଁ ଏକ ପୋଲ ନିକଟରେ ଗାଡିର ବ୍ରେକ ଫେଲ ମାରିବାରୁ ପୋଲ ଉପରରୁ ତଳକୁ ଖସି ଯାଉଥିଲା । ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ଆସନ୍ନ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ । ମାତ୍ର ଗୋଟିଏ ଫୁଟ ଗାଡି ଗଡିଥିଲେ, ସମସ୍ତେ ପୋଲ ତଳକୁ ଚାଲିଯାଇଥାନ୍ତେ । ସାଧୁ ନୃସିଂହ ଦାସଙ୍କ ବାମ ଗୋଡ଼ରେ ଭୀଷଣ ଆଘାତ ହୋଇଛି । ଅନ୍ୟ ଭକ୍ତମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ବାବାଙ୍କୁ ତୁରନ୍ତ ଖରିଆରରୋଡ଼ ଏକ ଘରୋଇ ଚିକିତ୍ସା କରାଯାଇଥିଲା । ଚିକିତ୍ସିତ ହେବା ପରେ ବର୍ତ୍ତମାନ ଗୋପପୁର ମହିମା ଆଶ୍ରମରେ ବିଶ୍ରାମ ନେଉଛନ୍ତି । ସମୟ ଅନୁସାରେ ଚିକିତ୍ସକ ସ୍ୱାସ୍ଥ୍ୟ ପ୍ରତି ନଜର ରଖିଛନ୍ତି । ଓଡିଶା, ଛତିଶଗଡ଼ ଓ ଅନ୍ୟ ରାଜ୍ୟରେ ବାବାଙ୍କ ପ୍ରସିଦ୍ଧି ଥିବାରୁ ଅନେକ ଶୁଭେଛୁ ଆଶ୍ରମକୁ ଯାଉଛନ୍ତି । ସାଂସଦ ପ୍ରଦୀପ ପୁରୋହିତ ବାବାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

jittmm
Leave A Reply

Your email address will not be published.