ପ୍ରବାସୀ ଓଡିଆଙ୍କ ତରଫରୁ ପୁନେ ଠାରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମହାରାଷ୍ଟ୍ରର ପୁନେଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ତରଫରୁ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଭେଟଘାଟ କଲଚରାଲ ଏସୋସିଏସନ୍ (ବିସିଏ) ତରଫରୁ ହେମସାଗର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ସେପ୍ଟେମ୍ବର ୨୧ରେ ପୁନେର ଭୋସରି ସ୍ଥିତ “ଅଙ୍କୁଶ ରାଓ ଲଣ୍ଡଗେ” ନାଟ୍ୟଗୃହ ଠାରେ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସହମତି ପ୍ରକାଶ ପାଇଥିଲା । ଚଳିତ ବର୍ଷର କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ପୂର୍ବକ ଧୂମଧାମରେ ପାଳନ କରାଯାଇ ଅଧିକ ପ୍ରଚାର ପ୍ରସାର ଦିଗରେ ଉଦ୍ୟମ କରାଯିବା ନେଇ ଆଲୋଚନା ହୋଇଥିଲା । ଏଥିସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ଦଳକୁ ନିମନ୍ତ୍ରଣ କରାଯାଇ ସଫଳତାର ସହିତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ବୈଠକରେ ଉପସ୍ଥିତ ସଦସ୍ୟ ମତବ୍ୟକ୍ତ କରିଥିଲେ । ପରିଶେଷରେ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.