ଐତିହାସିକ ଯୋଗିନୀ ପୀଠକୁ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା : ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କା ଉନ୍ନତି ପାଇଁ ଘୋଷଣା
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲ କୁ ପରିଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା । ୬୪ଯୋଗିନୀ ମନ୍ଦିର ପରିଦର୍ଶନ ସହ ସୋମେଶ୍ୱର ବାବାଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ରାଣିପୁର ଝରିଆଲର ଉନ୍ନତି ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଡିପିଆର ଦେଖିଲେ ଉପମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପର ବିଭାଗୀୟ ଅଧିକାରୀମାନଙ୍କ ସହ ଉପସ୍ଥିତ ରହି ସମୀକ୍ଷା କରିଥିଲେ । ତାଙ୍କ ସହ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପୀଠର ଉନ୍ନତି ପାଇଁ ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କା ଘୋଷଣା କରିଥିବା ବେଳେ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ଡବଲ ଇଞ୍ଜିନ ବିଜେପି ସରକାରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଉନ୍ନତି କରିବା ପାଇଁ ପ୍ୟାକେଜ ଘୋଷଣା କରିବା ସହ ପର୍ଯ୍ୟଟକମାନେ ଏହି ଐତିହାସିକ ଯୋଗିନୀ ପୀଠକୁ ସଫା ସୁତୁରା ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିରେ ବଲାଙ୍ଗିର ପର୍ଯ୍ୟଟନ ଅଧିକାରି, ପ୍ରକଳ୍ପ ନି;ର୍ଦ୍ଦେଶକ, ଟିଟିଲାଗଡ଼ ଉପ ଜିଲ୍ଲାପାଳ ,ବଙ୍ଗୋମୁଣ୍ଡା ବିଡ଼ିଓଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।