lika

ଚାଷୀ ପଞ୍ଜୀକରଣ ନୂଆନୀତିକୁ ବିରୋଧ : ରାସ୍ତାକୁ ଓହ୍ଲାଇଲେ ଚାଷୀ

gbag

ବରଗଡ଼ : ଆଗାମୀ ଖରିଫ୍‌ ଧାନ ସଂଗ୍ରହ ପାଇଁ ସରକାରଙ୍କ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି । ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରି ନ ପାରି ପ୍ରାୟ ୯୦ ଭାଗ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି । ଏପରି ଏକ ପଞ୍ଜୀକରଣ ବ୍ୟବସ୍ଥାକୁ ସରକାର ଶୀଘ୍ର ପ୍ରତ୍ୟାହାର କରନ୍ତୁ ଏବଂ ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରାଯାଉ ବୋଲି ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାରପାହାଡ଼ କୃଷକ ସଂଗଠନ, ଲଖନପୁର ଦାବି କରିଛି । ଏହି ଦାବି ନେଇ ଶୁକ୍ରବାର ଉକ୍ତ ଚାଷୀ ସଂଗଠନ ପକ୍ଷରୁ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

babaa
Leave A Reply

Your email address will not be published.