ବସ‐ହାଇୱା ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ହାଇୱା ପଛକୁ ଧକା ଦେଲା ଯାତ୍ରୀବାହୀ ବସ୍ । ବସରେ ଥିବା ୪ ଜଣ ବସ୍‌ କର୍ମଚାରୀ ଆହତ । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ସାଇରାମ୍‌ ନାମକ(ଓଡି ୦୨ବିଏଚ୍୮୮୯୪) ଏକ ଯାତ୍ରୀବାହୀ ବସ୍ ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ବେଳେ ବୌଦ୍ଧ ଜିଲ୍ଲାର ଚାରିଛକ ନିକଟରେ ଛିଡା ହୋଇଥିବା ଏକ ହାଇୱାକୁ ପଛରୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୪ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ଗୋଟିଏ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ୪୦ଜଣ ଯାତ୍ରୀ । ଅନ୍ୟପଟେ ଘଟଣା ସ୍ଥଳରୁ ହାଇୱା ଗାଡି ଫେରାର ହୋଇ ଯାଇଛି । ଘଟଣା ସ୍ଥଳରେ ପୁରୁଣାକଟକ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

error: Content is protected !!