ପହଞ୍ଚିଲା ବାୟୁସେନାର ଆଉ ୩ଟି ଲଢ଼ୁଆ ବିମାନ ରାଫେଲ

ନୂଆଦିଲ୍ଲୀ : ବାୟୁସେନାର ଆଉ ୩ଟି ଲଢ଼ୁଆ ବିମାନ ରାଫେଲ ଭାରତର ଗୁଜରାଟ ‌ସ୍ଥିତ ଜାମନଗରରେ ବିଳମ୍ବିତ ରାତିରେ ପହଞ୍ଚିଛି । ତେବେ ଏହା ରାସ୍ତାରେ ବିନା ଅଟକି ତିନି ବିମାନ ପ୍ରାୟ ୭ ହଜାର କିଲୋମିଟରରୁ ଅଧିକ ଯାତ୍ରା ପୂରା କରି ରାତି ପ୍ରାୟ ୯ଟାରେ ପହଞ୍ଚିଛି । ଯାତ୍ରା ସମୟରେ ଏହି ବିମାନଗୁଡ଼ିକରେ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ବାୟୁ ସେନା ୨୦୧୬ରେ ୩୬ ଲଢୁଆ ବିମାନ ପାଇଁ ଫ୍ରାନ୍ସ ସହ ୫୯ ହଜାର କୋଟି ଟଙ୍କାର ରାଜିନାମା ହୋଇଛି। । ଏହି ତିନିକୁ ମିଶାଇ ଦେଶରେ ଏବେ ରାଫେଲ ବିମାନ ସଂଖ୍ୟା ୧୧ରେ ପହଞ୍ଚିଛି । ପ୍ରଥମ ଦଫାରେ ୫ ରାଫେଲ ବିମାନ ଜୁଲାଇ ୨୯ରେ ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିଥିଲା । ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ୟ୍ୟୟରେ ଆଉ ୩ ରାଫେଲ ଭାରତକୁ ମିଳିଥିଲା । ମାର୍ଚ୍ଚ ଓ ଏପ୍ରିଲରେ ଆହୁରି ରାଫେଲ ଭାରତକୁ ଯୋଗାଇବ ଫ୍ରାନ୍ସ । ୨୦୨୧ ଶେଷ ସୁଦ୍ଧା ଭାରତ ବରାଦ ଦେଇଥିବା ସମସ୍ତ ୩୬ ରାଫେଲ ପହଞ୍ଚିବାର ସମ୍ଭାବନା ରହିଛି। ରାଫେଲର ଏକ ସ୍କ୍ଵାଡ୍ରନ ଅମ୍ବାଲାରେ ରହିବ ଏବଂ ଅନ୍ୟଟି ହସିମାଡା ଏୟାରବେସ୍‌ରେ ରହିବ । ରାଫେଲରେ ତିନି ପ୍ରକାରର ମିସାଇଲ ଖଞ୍ଜାଯିବ । ପ୍ରଥମ ଆକାଶରୁ ଆକାଶରେ, ଦ୍ଵିତୀୟ ଆକାଶରୁ ଭୂପୃଷ୍ଠରୁ ଏବଂ ତୃତୀୟଟି ହାମର ମିସାଇଲ ରହିଛି ।

Leave A Reply

Your email address will not be published.

error: Content is protected !!