ପୁରୀ : ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ୩ ଭଉଣୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ସଦର ଥାନା ଅନ୍ତର୍ଗତ ସମଙ୍ଗ ପାର୍କିଂ ନିକଟରେ ଏଭଳି ଘଟଣା ଘଟିଛି । ସୋମବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ ଦୁଇ ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ଅସଦାଚରଣର ଶିକାର ହୋଇଥିବା ୩ ଭଉଣୀଙ୍କ ପରିବାର ଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
