ଦମକଳ ଅଫିସ ଓ କୃଷି କାର୍ଯ୍ୟାଳୟ ଯିବା ପାଇଁ କାଦୁଅ ପଚ ପଚ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଥିବା ଜର୍ଜଗଡ଼ ଗ୍ରାମରେ ରହିଛି ଦମକଳ ଅଫିସ ଓ କୃଷି କାର୍ଯ୍ୟାଳୟ । ପାଇକମାଲ ଛକରୁ ଏହି କାର୍ଯ୍ୟଳୟକୁ ପଡେ ୨କିମି ରାସ୍ତା । ଅଫିସ ପହଁଚିବା ପୂର୍ବରୁ ପ୍ରାୟ ମାତ୍ର ୧୦୦ ଫୁଟ ରାସ୍ତାରେ ସବୁବେଳେ ବର୍ଷା ଦିନ ଦୁଇ ଫୁଟ ପାଣି ଜମି ରହିଥାଏ । ପାଣି ସହ କାଦୁଅ ଯୋଗୁଁ ବାଇକ, ସାଇକଲରେ ଲୋକେ ଯାଇପାରନ୍ତି, ଏଠାରେ ଚପଲ ଜୋତା ପିନ୍ଧିବା ମନା, କାରଣ ପାଣି ଭିତରକୁ ପଶିଲେ ଆଜ୍ଞା ଆପଣ ମଧ୍ୟ୍ୟ ଜୋତା ସହ ପାଣିରେ ରହିଯିବେ କିମ୍ବା ଆପଣ ଯଦି କଷ୍ଟେ ମଷ୍ଟେ କାଦୁଅରୁ ବାହାରି ଆସିବେ ଆପଣଙ୍କ ଜୋତା ଆଉ ଆପଣକୁ ଖୋଜି ଖୋଜି ପାଇବ ନାହିଁ, ମାନେ କାଦୁଅ ଭିତରେ ରହିଲା । ଦୈନନ୍ଦିନ ଚାଷୀ ମାନେ କୃଷି ଅଫିସକୁ ଯାଆନ୍ତି, ଆଉ କର୍ମଚାରୀମାନେ ମଧ୍ୟ୍ୟ ଯାଇଥାନ୍ତି ଏହି ରାସ୍ତାରେ ପୁଣି ଏହି ପଡାବାସୀ ମଧ୍ୟ୍ୟ ଏହିରାସ୍ତାରେ ଯିବା ଆସିବା କରନ୍ତି, ବଡ ଗାଡ଼ି ଏହି ଅଣ ଓସାରିଆ ରାସ୍ତାରେ ଯାଇପାରେ ନାହିଁ, ଦମକଳ ଗାଡ଼ି ବହୁତ କଷ୍ଟରେ ଯାଏଁ, କୃଷି କାର୍ଯ୍ୟାଳୟକୁ ବଡ ଟ୍ରକ ଆସିଲେ ମୁଖ୍ୟ ରାସ୍ତାରେ ଅଟକି ରହେ ଏବଂ ଯାହା କୃଷି ଜାତ, ମଞ୍ଜି, ସାର ଇତ୍ୟାଦି ବୋହିବାକୁ ପଡେ । ଏହି ରାସ୍ତା ମରାମତି କିଏ କରିବ ସରପଞ୍ଚ, ଚେୟାରମ୍ୟାନ, ନା ବିଡ଼ିଓ, ଆଜ୍ଞା ଯେ ହଇରାଣ ହେଉ ନହେଉ ଚପଲ ଜୋତାମାନେ କାଦୁଅ ଭିତରେ ରହି ବହୁତ ହଇରାଣ ହେଉଥିବେ । ପାଇକମାଲ ବିଡ଼ିଓଙ୍କ ସୁଦୃଷ୍ଟି ପଡିଲେ ଭଲ ହୁଅନ୍ତା ।

jittmm
Leave A Reply

Your email address will not be published.