- ଶାନ୍ତିପୂର୍ଣ୍ଣ ହରତାଲ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନରସିଂହ
ବଲାଙ୍ଗିର, (କେପିଏନ୍ଏସ୍) : ନାରୀ ନିର୍ଯ୍ୟାତନା, ଧର୍ଷଣ, ଅତ୍ୟାଚାର ଘଟଣା ରାଜ୍ୟ ରେ ଚରମ ସୀମାରେ ପହଂଚିଛି । ସରକାରକୁ ବାରମ୍ବାର ସତର୍କ କଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ନିର୍ଯ୍ୟାତିତା କିମ୍ବା ପିଡିତା ନାରୀଙ୍କୁ ସୁରକ୍ଷା ଦେବାର ଦୂରର କଥା ଏହି ସରକାରକୁ ନିର୍ଯ୍ୟାତିତା ନାରୀ ନ୍ୟାୟ ପାଇଁ କରୁଥିବା ଗୁହାରିକୁ ମଧ୍ୟ ଅଣଦେଖା କରୁଛି ଏହାର ସଦ୍ୟ ଉଦାହରଣ ହେଲା ସୈାମ୍ୟାଶ୍ରୀ ବିଶି ଘଟଣା । ମୃତା ସୌମ୍ୟାଶ୍ରୀ ତାଙ୍କୁ କରାଯାଇଥିବା ନିର୍ୟ୍ୟାତନା ସମସ୍ତଙ୍କୁ ଗୁହାରି କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ଥାନୀୟ ସାଂସଦ, ବିଧାୟକ ଏବଂ ପୋଲିସ ବିଭାଗକୁ ପିଡିତା କଲେଜରେ ତାଙ୍କୁ କରାଯାଇଥିବା ଅତ୍ୟାଚାରର ନ୍ୟାୟ ପାଇଁ ସମସ୍ତଙ୍କୁ ଜଣାଇଛନ୍ତି । ତାଙ୍କର ଅଭିଯୋଗକୁ କେହି କର୍ଣ୍ଣପାତ ନ କରିବାରୁ ଶେଷରେ ସେ ହତୋତ୍ସାହିତ ହୋଇ ନିଜ ଜୀବନ ହାରିଲେ । ତେଣୁ ସରକାର ନାରୀ ନିର୍ଯ୍ୟାତନା ରୋକି ପାରୁନଥିବା ବେଳେ ଜଣେ ନିର୍ଯ୍ୟାତିିତା ଛାତ୍ରୀ ସମସ୍ତଙ୍କୁ ବାରମ୍ବାର ନ୍ୟାୟ ପାଇଁ ଗୁହାରି କରିବା ସତ୍ୱେ ମଧ୍ୟ ତାକୁ ନ୍ୟାୟ ଦେବାରେ ହେଳା କରିଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତାଫା ଦିଅନ୍ତୁ ବୋଲି ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର କ୍ଷୋଭର ସହ ଦାବି ଜଣାଇଛନ୍ତି । ସେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଆହୁରି ମଧ୍ୟ କହିଛନ୍ତି ଯେ ମୃତା ଛାତ୍ରୀ ସୌମ୍ୟଶ୍ରୀକୁ ନ୍ୟାୟ ଦାବିରେ ରାଜ୍ୟର ୭ଟି ଦଳ ଡାକରା ଦେଇଥିବା ୧୨ ଘଣ୍ଟିଆ ହରତାଲ କୁ ଲୋକେ ସ୍ୱତଃସ୍ପୃର୍ତ ଭାବେ ସମର୍ଥନ ଦେଇ ନିଜ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଜନସାଧାରଣ ଏହି ହରତାଳରେ ସାମିଲ ହୋଇଥିବାରୁ ରାଜ୍ୟବାସୀଙ୍କୁ ଶ୍ରୀ ମିଶ୍ର ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି । ଏଭଳି ଅଦ୍ଭୁତପୂର୍ବ ଶାନ୍ତିପୂର୍ଣ୍ଣ ହରତାଲ ସୂଚାଉଛି ଯେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଶାସନ ଉପରେ ଲୋକଙ୍କର ଆଉ ଆସ୍ଥା ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତାଫା ଦିଅନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ର ଦାବି କରିଛନ୍ତି ।