ବଙ୍ଗୋମୁଣ୍ଡା ଅଞ୍ଚଳର ସାହାରା ଜମାକାରୀଙ୍କ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ସାହାରା ଜମାକାରୀମାନେ ସାମ୍ବାଦିକ ସମ୍ମିଳନୀରେ ଜମା ଟଙ୍କା ଶୀଘ୍ର ପ୍ରଦାନ ଦାବି କରିବା ସହ ଆନ୍ଦୋଳନର ଚେତାବନୀ ଦେଇଥିଲେ । ବଙ୍ଗୋମୁଣ୍ଡା ଅଞ୍ଚଳର ଶହ ଶହ ଜମାକାରୀଙ୍କ ଜମା ଟଙ୍କା ବର୍ଷ ବର୍ଷ ପରେ ମଧ୍ୟ ମିଳିନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀଙ୍କ ସହ ଜମାକାରୀମାନେ ଏକତ୍ରିତ ହୋଇ ସାମ୍ବାଦିକ ସମ୍ମିଳନୀରେ ନିଜ ନିଜ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ ସାହାରାରେ ଜମା କରିଥିଲେ । ବର୍ଷ ବର୍ଷ ପରେ ମଧ୍ୟ ଟଙ୍କା ପାଇ ନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ସରକାରୀ କାର୍ଯ୍ୟାଳୟ ଅଚଳ କରିଦେବା ପାଇଁ ଚେତାବନୀ ଦେଇଥିଲେ ।

jittmm
Leave A Reply

Your email address will not be published.