ଜମଲା ଡିଗ୍ରୀ କଲେଜରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ କଲେଜ ଜମଲାରେ ଏକ ଦିବସୀୟ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡକ୍ଟର ସ୍ଵାଧୀନ ଚନ୍ଦ୍ର ପଧାନଙ୍କ ତତ୍ତ୍ଵାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନ ଭୋଇ ଯୋଗଦାନ କରି ଆଲୋଚନା ଚକ୍ରକୁ ଉଦଘାଟନ୍ କରିଥିଲେ । କଲେଜର ସମସ୍ତ ପରିଚାଳନା ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ ଓ କଲେଜର ଇଂରାଜୀ ଅଧ୍ୟାପକ ଆଶିଷ କୁମାର ଭୋଇ ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟାପିକା ସୁରେଖା ଭୁଏ ଧନ୍ୟବାଦ ଦେଇଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଝସକେତନ ସାହୁ , ଅଧ୍ୟାପିକା କୁମୁଦିନୀ ସାହୁ ଓ ଶିକ୍ଷା ବିଭାଗର ଅଧ୍ୟାପକ ଅଂଜନ ସାଗର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିବାବେଳେ ଆଲୋଚକ ଭାବେ ଝାରବନ୍ଧ ଡିଗ୍ରୀ କଲେଜର ଅଧ୍ୟାପକ ଖ୍ୟାତିମୟ ତ୍ରିପାଠୀ ଓ ମେଲଛାମୁଣ୍ତା କଲେଜର ଶିଷ ଅଧ୍ୟାପକ ଭଦ୍ରସେନ ସାହୁ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ଗଣ ସାହାଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.