ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ଲକ୍ଷ୍ମୀନାରାଣୟ ମନ୍ଦିରଠାରେ ସଭାପତି ମାଳତି ଉଦଗାତାଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅସ୍ୱାଭିକ ମୃତ୍ୟୁରେ ସଂଗଠନ ତରଫରୁ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରାଯାଇ ଶୋକବ୍ୟକ୍ତ କରାଯାଇ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ପ୍ରାର୍ଥନା କରାଯାଇଥିଲା । ସଂପାଦିକା କସ୍ତୁରି ରଥ, ତପସ୍ୱିନୀ ପଶାୟତ, ଆରତୀ ମିଶ୍ର, ରାଜଶ୍ରୀ ତ୍ରିପାଠୀ, ସଂଗଠନ ମାର୍ଗଦର୍ଶକ ମଦନ ମୋହନ ରଥ ଆଲୋଚନାରେ ଭାଗ ନେଇ ଦୋଷୀମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡ ବିଧାନ କରିବାକୁ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନୁପମା ଉଦ୍ଗାତା, ରଞ୍ଜୁ ଖେତି, ରଚନାରାଣୀ ଶତପଥି, ମିନାକ୍ଷୀ ଗୁରୁ, ଭୂମୀ କେତକୀ, ସଂଯୁକ୍ତା ମିଶ୍ର, ନିହାରିକା ମିଶ୍ର, ଲକ୍ଷ୍ମୀ ତ୍ରିପାଠି ଓ ଦିପ୍ତିମୟୀ ମିଶ୍ର ଉପସ୍ଥିତ ଥିଲେ ।
