ଗରିମା ପରିବାରର ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁପାଲୀ ଆନନ୍ଦ ଧାମଠାରେ ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଡ଼ାକ୍ତର ଗୋପାଳଚନ୍ଦ୍ର ରାୟ ଯୋଗଦେଇ ପ୍ରାୟ ୫୦ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଏହି ଶିବିର ମାଧ୍ୟମରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଆଦି ସମ୍ପର୍କରେ ଚିକିତ୍ସା ପ୍ରଦାନ କରାଯାଇଥିଲା । ଏହି ଶିବିର ପରିଚାଳନା ରେ ଗରିମା ପରିବାରର ମୁଖ୍ୟ ପୃଷ୍ଠପୋଷକ ଶଙ୍କର ଜେନା, ସମ୍ପାଦକ ଡଃ ସରିତା ମଲ୍ଲ, ସଂଯୋଜିକା ସୁମିତା ପଟ୍ଟନାୟକ, ପ୍ରଣତୀ ଜେନା, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ଶାନ୍ତିଲତା ବାରିକ, ମୀନତି ମୋଦୀ, ଉପଦେଷ୍ଟା ଲୁସି ଦାଶ ଓ ରଶ୍ମିତ ସାହାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା । ସେହିପରି ରାମକୃଷ୍ଣ ମିଶନ ଆନନ୍ଦଧାମର ପରିଚାରିକା ବବିତା ମଣ୍ଡଳ ଓ ରାହୁଲ ମଣ୍ଡଳ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.