ଜଳାଶୟରୁ ନିଖୋଜ ଚାଷୀଙ୍କ ମୃତଦେହ ଉଦ୍ଧାର : ଗାଧୋଇବାକୁ ଯାଇ ଭାସିଗଲେ

ବେତନଟୀ : ଜଳାଶୟରୁ ନିଖୋଜ ଚାଷୀଙ୍କ ମୃତଦେହ ଉଦ୍ଧାର । ଧାନକ୍ଷେତରେ ସାର ସିଞ୍ଚନ କରିବା ପରେ ଘରକୁ ଫେରି ଗାଧୋଇବାକୁ ଯାଇଥିଲେ । କିନ୍ତୁ, ପରେ ଆଉ ଘରକୁ ଫେରିନଥିଲେ । ସୋମବାର ସକାଳେ ଘରପାଖ ଜଳାଶୟରୁ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଛି । ବେତନଟୀ ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ରେଣୁଗାଁ ଗ୍ରାମର ୬୦ ବର୍ଷୀୟ ଲକ୍ଷ୍ମୀଧର ମହାନ୍ତ । ସୂଚନା ମୁତାବକ, ଲକ୍ଷ୍ମୀଧର ରବିବାର ଧାନକ୍ଷେତକୁ ସାର ସିଞ୍ଚନ କରିବାକୁ ଯାଇଥିଲେ । ଅପରାହ୍ନରେ ଘରକୁ ଫେରିବା ପରେ ଗାଧୋଇବାକୁ ବାହାରି ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଘରଲୋକେ ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ବିଳମ୍ୱିତ ରାତି ପର୍ଯ୍ୟନ୍ତ ମଧ୍ୟ ସେ ଘରକୁ ଫେରିନଥିଲେ । ସୋମବାର ସକାଳେ ଲକ୍ଷ୍ମୀଧରଙ୍କ ମୃତଦେହ ଘରପାଖ ଜଳାଶୟରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଜଣାଥିଲେ । ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ମୃତଦେହ ଉଦ୍ଧାର କରିବାପରେ ବେତନଟୀ ପୁଲିସ ୩୦ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁକରିଛି । ମୃତଦେହ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ।

jittmm
Leave A Reply

Your email address will not be published.