ଭୀମ ଆର୍ମି ବଲାଙ୍ଗିର ତରଫରୁ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଆର୍ମି ବଲାଙ୍ଗିର, ଓଡିଶା ତରଫରୁ ବଲାଙ୍ଗିରରେ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ମହିଳା ବିଦ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବ୍ଲକ, ପଂଚାୟତରୁ କୋଣ ଅନୁକୋଣରୁ ଶତାଧିକ କର୍ମୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଧିମାନ ପ୍ରସାନ୍ତ ବୌଦ୍ଧ ଯୋଗ ଦେଇ ପ୍ରତ୍ୟେକ ଭାଇମାନଙ୍କୁ ସମ୍ବିଧାନ ବିଚାର ଉପରେ ଉପସ୍ଥାପନା କରିଥିଲେ । ସମ୍ବିଧାନର ବିଚାରରେ କେମିତି ଏକ ସମତାମୂଳକ ସମାଜ ନିର୍ମାଣ ସହିତ ଘରେ ଘରେ ସମ୍ବିଧାନର ବିଚାର ପହଂଚିବ ତା ଉପରେ ଆଲୋକପାତ କରିଥିଲେ । ଏହି ସମ୍ବିଧାନର ବିଚାର ଶୁଣି ଆସିଥିବା ଶ୍ରୋତାମାନେ ନିଜକୁ ଧନ୍ୟ ମନେ କରି ନିଜକୁ ଗର୍ବିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଧିମାନ ସୁଶାନ୍ତ ମଲ୍ଲିକ, ଇନ୍ଦ୍ରଜିତ ଜାଲ, ଚିନ୍ମୟ ହରପାଳ, ଭୀମ ଆର୍ମି ଜିଲ୍ଲା ଇନ୍‌ଚାର୍ଯ୍ୟ ଧୀମାନ ରଜନୀକାନ୍ତ ବୌଦ୍ଧ ଯୋଗ ଦେଇଥିଲେ । ର୍କ୍ୟାକ୍ରମକୁ ଜିଲ୍ଲା ସାଧାରଣ ସଂପାଦକ ଧୀମାନ ସୁଶାନ୍ତ ବୌଦ୍ଧ ପରିଚାଳିତ କରିଥିଲେ । ସଭା ସମିତି ଶେଷ ଆଡକୁ ଧୀମାନ ସୁଶାନ୍ତ ଭାଇ ଏବଂ ରଜନୀଙ୍କ ଜରିଆରେ କିଛି ଭୀମ ଆର୍ମି ପଦବୀ ପୁରଣ କରାଯାଇଥିଲା ଏବଂ ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବୌଦ୍ଧଙ୍କ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା । ଶେଷରେ ଭୀମ ଆର୍ମି ତରଫରୁ ଜିଲ୍ଲା ସଭାପତି ଭାବେ ଅନିଲ ମୁଗ୍ରୀ ଓ ନଗର ସଭାପତି ଯଶୋବନ୍ତ ବଢିଆଙ୍କୁ ମନୋନିତ କରାଯାଇଥିଲା ।

jittmm
Leave A Reply

Your email address will not be published.