୩୦୦ ଲିଟର ଦେଶୀମଦ ଜବତ : ୨ ମହିଳା ଗିରଫ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବହୁ ଦିନ ଧରି ଚୋରା ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ଆସୁଛି । ତେଣୁ ଅବକାରୀ ବିଭାଗ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଉପରେ ସକାଳେ ବାଣପୁରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଆରମ୍ଭ କରିଥିଲା । ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଭୁବନେଶ୍ୱର ଅବକାରୀ ବିଭାଗ ସବ ଇନ୍ସପେକ୍ଟର ଅଂଶୁମାନ ଜେନା ଏବଂ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ ଓ ତାଙ୍କ ଟିମ ମିଳିତ ଭାବେ ଚଢାଉ କରିଥିଲେ । ଚଢାଉ ପରେ ଆଜି ୩୦୦ ଲିଟର ଦେଶୀମଦ ଜବତ କରିବା ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଦୁଇଜଣ ମହିଳାଙ୍କ ବିରୋଧରେ ଅବକାରୀ କେସ ନମ୍ବର ୭୨ ଏବଂ ୭୩ରେ ମାମଲା ରୁଜୁ କରି ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ତେବେ ଆଗାମୀ ଦିନରେ ବାଣପୁର ବାଲୁଗାଁ ଅଞ୍ଚଳରେ ଏହିପରି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ ।

Leave A Reply

Your email address will not be published.