କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧିନସ୍ଥ ମୂଷିଗୁଡା ଗାଁରେ ଘଟିଛି ଏକ ଅବାଭନୀୟ ଘଟଣା । ସୂଚନା ଅନୁଯାୟୀ ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଳବର ଗାଁର ଜନନୀ ହରିଜନଙ୍କ ପରିବାର ଲୋକେ ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣା ପଞ୍ଚାୟତ ଅନ୍ତର୍ଗତ ମୂଷିଗୁଡା ଗାଁରେ ଦୀର୍ଘ ୧୦ବର୍ଷ ହେଲା ବସବାସ କରି ପୋଡୁ ଚାଷ କରିଆସୁଥିଲେ । ହେଲେ ମୂଷିଗୁଡା ସ୍ଥିତ ନିଜ ଘରେ ଜନନୀ ହରିଜନ ଓ ସୁଦାମା ହରିଜନ ଦୁଇଜଣ ରାତିରେ ଶୋଇ ଥିବାବେଳେ ଗତ ରାତିରେ ଜନନୀ ନାଏକ (୬୧)ଙ୍କୁ ଗଳା କାଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ କେଉଁ କାରଣରୁ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି ତାହା ଏବେ ସନ୍ଦେହ ଘେରରେ ରହିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ଭବାନୀପାଟଣା ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Prev Post