ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ସ୍ଥିତ ଶିକ୍ଷକ ଭବନଠାରେ ଆଗଲପୁର ଶିକ୍ଷକ ସଂଘ(ନୂତନ ପେନସନ ଭୂକ୍ତ) ର ନୂତନ କାର୍ଯ୍ୟକର୍ତ୍ତା ମନୋନୟନ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆଗଲପୁର ବ୍ଲକ ସଭାପତି ଜୟରାମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂପାଦକ ଯୋଗିନ୍ଦ୍ର ଦାଶ ଉଦ୍ଦେଶ୍ୟ ପନ କରିଥିଲେ । ବ୍ଲକ ସ୍ତରୀୟ ଶିକ୍ଷକ ସଂଘର ନୂତନ ସାଂଗଠନିକ କା ଅନୁସାରେ ତିନିବର୍ଷ ପାଇଁ ସଭାପତି-ଗୋବିନ୍ଦ ସାହୁ ଉପସଭାପତି-ଅନିଋଦ୍ଧ ଭୋଇ ସଂପାଦକ-ରମେଶଚନ୍ଦ୍ର ତ୍ରିପାଠୀ ସହ ସଂପାଦକ-କବିତା ବାଗ, ନୀଳକଣ୍ଠ ସାହୁ, କୋଷାଧ୍ୟକ୍ଷ-ବିକାଶ ପଧାନ ଗଣମାଧ୍ୟମ ସଂଯୋଜକ-ସବ୍ୟସାଚୀ ନାଏକ, ଉପଦେଷ୍ଟା ମଣ୍ଡଳୀରେ ଜୟରାମ ଧଳ, ଯୋଗୀନ୍ଦ୍ର ଦାଶ, ସରୋଜିନୀ ନନ୍ଦ, ଧର୍ମେନ୍ଦ୍ର ସାହୁ, ସୁଶାନ୍ତ କୁମାର ନନ୍ଦ, ଜ୍ୟୋତି ର୍ମୟ ମିଶ୍ର ସୁଦାମ ନାଏକ, ପ୍ରମୋଦ ସାହୁ ପ୍ରମୁଖ ମନୋନୀତ ହୋଇଥିବା ସୂଚନାରୁ ପ୍ରକାଶ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରମେଶ ଚନ୍ଦ୍ର ତ୍ରିପାଠୀ । ଆଗଲପୁର ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ ।

Prev Post