ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ସମାରୋହ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ମାସ ୨୫ ତାରିଖ ଦିନ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ ହେବ । ଏଥି ସକାଶେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ୟ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା ଶନିବାର ଦିନ ସହିଦ ଲକ୍ଷ୍ମଣ ନାୟକ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀ ଶୀର୍ଷକ ସଂସ୍କରଣକୁ ଓଡିଆ ଅନୁବାଦ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଗ୍ୟୋତି ପରିଡାଙ୍କ ନିର୍ଦ୍ଧେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କ ତତ୍ତ୍ଵାବଧାନରେ ପରିଚାଳନା ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ପ୍ରଫେସର ଭି. ରାଜେନ୍ଦ୍ର ରାଜୁ, ଡ଼. ରାମକୃଷ୍ଣ ସାହୁ ,ନୀତିବେଦା ପାଢୀ, ସୁଜତା ମହାରଣା, ଉପାଳି ଅପରାଜିତା, ସବିତା ଚୌଧୁରୀ, ପ୍ରମୋଦ କୁମାର ପଣ୍ଡା, ସବିତା ପଣ୍ଡା, ସୁଜ୍ଞାନୀ କୁମାରୀ ସ୍ଵାଇଁ, ବିକାଶ କୁମାର ନାୟକ ପ୍ରମୁଖ ବିଚାରକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ଚୟନ ହୋଇଛନ୍ତି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର ସମେତ ବିଚାରକଗଣ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ସେମାନେ ଆଗାମୀ ଦିନରେ ନିଜର ପ୍ରତିଭାକୁ ବିକଶିତ କରି ପାରିବେ ସେଥି ନିମନ୍ତେ ନିଜ ବକ୍ତବ୍ୟରେ ମତ ଦେଇଥିଲେ । ପ୍ରତିଯୋଗିତାରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ କର୍ମକର୍ତ୍ତା ଗଣ ସହଯୋଗ କରିଥିଲେ । ଜିଲ୍ଲାରୁ ଚୟନ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଆଜି ତା ୧୩.୦୭.୨୦୨୫ ରିଖ ଦିନ କନିଷ୍ଠ ବର୍ଗ ଏବଂ ଆସନ୍ତା ତା ୨୦.୦୭.୨୦୨୫ ରିଖ ଦିନ ବରିଷ୍ଠ ବର୍ଗ ଭୁବନେଶ୍ଵର ସଙ୍ଗୀତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅର୍ଚ୍ଚିତା ସ୍ଵାଇଁ ପ୍ରବନ୍ଧ( ବରିଷ୍ଠ ବର୍ଗ ) କୃଷକ ନୋଡାଲ ଉଚ୍ଚ ବିଦ୍ୟାଳୟ , ହୁଗୁଳାପଟ୍ଟା, ପିଙ୍କି ବେହେରା ପ୍ରବନ୍ଧ (କନିଷ୍ଠ ବର୍ଗ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚିକିଲି ଅଙ୍କିତା ସାହୁ ବକ୍ତୃତା (ବରିଷ୍ଠ ବର୍ଗ) ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର, ଦେବାଶିଷ ପାଢୀ ବକ୍ତୃତା(କନିଷ୍ଠ ବର୍ଗ) ସରକାରୀ ପୌର ଉଚ୍ଚ ବିଦ୍ୟାଳୟ, ଆଙ୍କୁଲି, ହରପ୍ରିୟା ମହାନ୍ତି କବିତ ଆବୃତ୍ତି (ବରିଷ୍ଠ ବର୍ଗ ) ପି. ଏମ.ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଞ୍ଚୁରୁ ଖୁସି ସାହୁ କବିତା ଆବୃତ୍ତି (କନିଷ୍ଠ ବର୍ଗ ) ଭି.ଭିଗିରି ସରକାରୀ ମାଧ୍ୟମିକ ପ୍ରଶିକ୍ଷକ ବିଦ୍ୟାଳୟ, ବ୍ରହ୍ମପୁର, ଅଭିଷେକ କୁମାର ନାୟକ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀ ଶୀର୍ଷକ ସଂସ୍କରଣକୁ ଓଡିଆ ଅନୁବାଦ (ବରିଷ୍ଠ ବର୍ଗ ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ୍ଲକ କଲୋନୀ, କନିସି, ପ୍ରଣୟ ପାଣିଗ୍ରାହୀ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀ ଶୀର୍ଷକ ସଂସ୍କରଣକୁ ଓଡିଆ ଅନୁବାଦ (କନିଷ୍ଠ ବର୍ଗ) ଓଡିଶା ଆଦର୍ଶ ବିଦ୍ୟାଳୟ, କରାପଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି

jittmm
Leave A Reply

Your email address will not be published.