ଲକ୍ଷ୍ମଣକୁ ମନ୍ତ୍ରୀ କର, ଯାଦବ ମହାସଭା ଦାବି : ‘ନବୀନଙ୍କୁ ହରାଇଛୁ ମନ୍ତ୍ରୀ ଦିଅ’

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଶକ୍ତି ପ୍ରଦର୍ଶନ କରିଥିଲେ । ଜନସାଧାରଣଙ୍କୁ ବିଜେପି ଶାସନର ୧ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ । ସଭା ପରେ ଜନସାଧାରଣଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ଏହାରି ମଧ୍ୟରେ ଜିଲା ଯାଦବ ମହାସଭାର ଲିଖତ ଦାବି ଜିଲ୍ଲା ରାଜନୀତିକୁ ସରଗରମ କରିଦେଇଛି । ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଯାଦବ ମହାସଭାର ଲିଖିତ ଦାବି ଦେଇଥିଲେ । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶାରେ ମୋଟ ଜନସଂଖ୍ୟାର ୨୨ ପ୍ରତିଶତରୁ ଉଦ୍ଧୃ ଯାଦବ । ବଲାଙ୍ଗିର ଜିଲ୍ଲାର ୪୫ ପ୍ରତିଶତରୁ ଉଦ୍ଧୃ ଯାଦବ ଜାତିର ବାସିନ୍ଦା ବସବାସ କରୁଛନ୍ତି । ଜିଲ୍ଲାରେ ଦଶନ୍ଧି ଦଶନ୍ଧି ଧରି ଯାଦବ ପରିବାର ଅବହେଳିତ । ପ୍ରାୟ ପରିବାର ଚାଷୀ ତଥା ଶ୍ରମିକ ଭାବେ କାର୍ଯ୍ୟରତ । କଣ୍ଟାବାଞ୍ଜିରେ ବିଜେପି ଯାଦବ ନେତା ଲକ୍ଷ୍ମଣ ବାଗଙ୍କୁ ଗୁରୁଦାୟିତ୍ୱଦେଇଥିଲା । ଶ୍ରୀ ବାଗ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହି ଆସିଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାଜିତ କରିବାରେ ସଫଳ ହୋଇଥିଲେ । ତାଙ୍କ ଦୃଢ ଓ ସଫଳ ସାଙ୍ଗଠାନିକ ନେତୃତ୍ୱକୁ ରାଜ୍ୟବାସୀ ଦେଖୁଥିଲେ । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଯଥାଶୀଘ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ଦାବି ରଖୁଛି ଯାଦବ ମହାସଭା । ଏହା ରାଜ୍ୟର ରାଜନୈତିକ ତଥା ସାମାଜିକ କ୍ଷେତ୍ରରେ ଉଚିତ୍ ସନ୍ତୁଳନ ରକ୍ଷା ଦିଗରେ ସହାୟକ ହେବ । ଅବେହେଳିତ ପଛୁଆବର୍ଗକୁ ପ୍ରଗତିର ମୁଖ୍ୟଧାରାରେ ସାମିଲ କରିବାରେ ସହାୟକ ହେବ ବୋଲି ଯାଦବ ମହାସଭା ଯୁକ୍ତି ବାଢିଛି । ଯାଦବ ମହାସଭାର ଏଭଳି ଦାବି ପରେ ରାଜନୈତିକ ଉଷ୍ଣତା ଦେଖାଦେଇଛି । ଜିଲ୍ଲାରୁ ବର୍ତ୍ତମାନ ୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି । ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାଧାରଣ ବର୍ଗର ହୋଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଅନୁସୂଚିତ ଜାତି ବର୍ଗର । ୨୦୦୯ ସାଧାରଣ ନିର୍ବାଚନରେ ପ୍ରଥମ କରି ଫୁଟିଲା ପଦ୍ମ କଣ୍ଟାବାଞ୍ଜିରେ ବିଜେପି ୧୬ ହଜାର ୧୧୭ ଭୋଟ୍ ପାଇଥିଲା । ବିଧାୟକ ପ୍ରାର୍ଥୀ ଥିଲେ ଅଜୟ ଦାସ । ଭୋଟ୍ ପ୍ରତିଶତ ୧୧:୧୫ ରହିଥିଲା । ୨୦୧୪ରେ ଶ୍ରମିକରୁ ସଫଳ ଚାଷୀ ହୋଇଥିବା ଯାଦବ ନେତା ଲକ୍ଷ୍ମଣ ବାଗ ବିଜେପି ଟିକେଟରେ ୩୦୯୧୬ ଭୋଟ୍ ପାଇଥିଲେ । ୨୦୧୯ରେ ୬୪ ହଜାର ୧୧୮ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କଠାରୁ ମାତ୍ର ୧୧୮ ଗୋଟି ଭୋଟରେ ପରାଜିତ ହୋଇଥିଲେ । ୨୦୨୪ରେ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ଆସୀନ ନବୀନ ପଟ୍ଟନାୟକଙ୍କୁ ପରାଜିତ କରିଥିଲେ । ବଳିଷ୍ଠ ସାଙ୍ଗଠାନିକ ଶକ୍ତିରେ ଦାଦନ ଗଡ଼ରେ ନବୀନଙ୍କୁ ଭେଦ କରିଥିଲେ ଲକ୍ଷ୍ମଣ । ଲକ୍ଷ୍ମଣଙ୍କୁ ୯୦୮୭୬ ଭୋଟ୍ ମିଳିଥିବା ବେଳେ ନବୀନଙ୍କୁ ୭୪୫୩୨ ଖଣ୍ଡ ଭୋଟ୍ ମିଳିଥିଲା । ୧୬୩୪୪ ଭୋଟ୍ ବ୍ୟବଧାନରେ ନବୀନ ପରାଜିତ ହୋଇଥିଲେ । ବିଜେପି ୪୪.୫୭ପ୍ରତିଶତ ଭୋଟ୍ ହାତେଇଥିବା ବେଳେ ପୂର୍ବ ଥରରୁ ୧୧.୦୪ ପ୍ରତିଶତ ଭୋଟ୍ ବଢ଼ିଥିବା ତଥ୍ୟ କହୁଛି । ୧୯୬୧ରୁ ୧୪ ଥର ସାଧାରଣ ନିର୍ବାଚନ ହୋଇଥିଲା । ହେଲେ କେବେ ବିଜେପି ସଫଳ ହୋଇନଥିଲା । ୨୦୨୪(୧୫ ତମ) ନିର୍ବାଚନରରେ କଣ୍ଟାବାଞ୍ଜିରେ ପଦ୍ମ ଫୁଟିଥିଲା । ଶୁଣିବାକୁ ମିଳୁଛି ବଲାଙ୍ଗିର ଜିଲ୍ଲାର ଗୋଟିଏ ହେବିୱେଟ ନେତା ତାଙ୍କୁ ବାଧକ ହେଉଛନ୍ତି, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟକୁ ପରୋକ୍ଷରେ ବିରୋଧ କରୁଥିବା ବେଳେ, ଲକ୍ଷ୍ମଣ ବାଗ ମନ୍ତ୍ରୀ ନ କରିଦେବା ପାଇଁ ଦମ୍ ଲଗାଉଛନ୍ତି, ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶ୍ୱାସଭାଜନ ହେଇଛନ୍ତି ଲକ୍ଷ୍ମଣ, ମୋହନ ମାଝୀ ସରକାରେ ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀ ଆଗରୁ ସରକାର ଗଠନ ସମୟରେ ମଧ୍ୟ ଫୋନ୍ ଆସିଥିଲା ହେଲେ ସେ ସମୟ ଉକ୍ତ ନେତାଙ୍କ ଚକ୍ରାନ୍ତରେ ବଳି ପଡି ଯାଇଥିଲେ ଲକ୍ଷ୍ମଣ ବାଗ, ବର୍ତ୍ତମାନ ଦେଖିବାକୁ ବାକି ରହିଲା, ଲକ୍ଷ୍ମଣ ବାଗ ନିକଟରେ ହେବାକୁ ଥିବା ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ସ୍ଥାନ ଦିଆ ଯାଉଛି ନା ନାହିଁ ତାହା ହିଁ ଅପେକ୍ଷା ।

jittmm
Leave A Reply

Your email address will not be published.