ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଆଜି ଆପ୍ ବଲାଙ୍ଗିର ଟିମ୍ ସମର୍ଥନ ଜଣାଇଛି ଏବଂ ବଲାଙ୍ଗିର ଜିଲ୍ଲାପାଳ ଅଫିସ ସାମ୍ନାରେ ବସିଥିବା ଡ୍ରାଇଭର ସଂଘ ଏବଂ ତାଙ୍କ ସଭାପତି ସହିତ ଆପ୍ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଆଲୋଚନା କରିଛନ୍ତି ଏବଂ ଶ୍ରୀ ପାଣ୍ଡେ କହିଛନ୍ତି ଡ୍ରାଇଭରମାନଙ୍କ ଆନ୍ଦୋଳନ ନ୍ୟାର୍ଯ୍ୟ ଦାବି ସରକାର ତାହା ପୂରଣ କରିବା ନିହାତି ଆବଶ୍ୟକ କାରଣ ଡ୍ରାଇଭରମାନଙ୍କର ଗୋଟେ ରାଜ୍ୟ ବିକଶିତ ରାଜ୍ୟ ହେବାରେ ମୁଖ୍ୟ ଭୂମିକା, ଅବଦାନ ରହିଥାଏ । ଅନେକ ସମୟ ରେ ଡ୍ରାଇଭରମାନେ ବହୁତ ଗୁଡାଏ ହିଂସା ଏବଂ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ତେଣୁ ଡ୍ରାଇଭରମାନଙ୍କର ଏହି ୭ଟି ଦାବି ନ୍ୟାର୍ଯ୍ୟ ଦାବି ତାହା ସରକାର ପୁରଣ କରନ୍ତୁ, ଖାଲି ପ୍ରତିଶୃତି ଦିଅନ୍ତୁ ନାହିଁ ଡ୍ରାଇଭର ମହାସଂଘର ଏହି ଦାବି ଗୁଡାକ ଆଜିର ଦାବି ନୁହଁ ଏହା ଦାବି ବର୍ଷ ବର୍ଷ ଧରି ଚାଲିଛି । ବିଗତ ସରକାର ଯେମିତି ବେଣ୍ଡିଆ ବୋଥ ଦେଇକି ଠକିଲା ଏହି ସରକାର ମଧ୍ୟ ଡବଲ ଭେଣ୍ଡିଆ ବୋଥ ଦେଇକି ପାର ହେବା ପାଇଁ ଚେଷ୍ଟା କରୁଛି । ଯେତିକି ସାଧାରଣ ଜନତାକୁ ଠକି କି ବିଜେପି ସରକାର ଆସିଲା ତାହା ସମସ୍ତଙ୍କୁ ୩ହଜାର ଭତ୍ତା ହେଉ କି ମାଗଣା ୩୦୦ ୟୁନିଟ ବିଜୁଳି ହେଉ କି ୨୪ ଘଣ୍ଟା ଭିତରେ ଚିଟ ଫଣ୍ଡ ଫେରସ୍ତ କରିବା କଥା ହେଉ ସବୁ ଥିରେ ଜନତାଙ୍କୁ ଲାଲଟିନ୍ ଦେଖାଇଛି ସରକାର । ସହିପରି ଡ୍ରାଇଭର ସଂଘକୁ ମଧ୍ୟ ଭୁଆଁ ବୁଲାଇ ସେହି ପରି ଠକି ଚାଲିଛି । ଭାରତୀୟ ଜନତା ପାର୍ଟିର ଓଡିଶା ସରକାର । ତେଣୁ ବଲାଙ୍ଗିର ଆମ ଆଦମୀ ପାର୍ଟି ସମ୍ପୁର୍ଣ୍ଣ ଭାବରେ ଡ୍ରାଇଭର ମହାସଂଘର ଏହି ଅନିର୍ଦ୍ଧିଷ୍ଟ ଆନ୍ଦୋଳନ ଏବଂ ତାଙ୍କର ୭ ଟି ନ୍ୟାର୍ଯ୍ୟକୁ ସମର୍ଥନ ଜଣାଉଛି । ସରକାର ଗୁମରାହା ନ କରିକି ଡ୍ରାଇଭର ସଂଘର ଦାବିକୁ ପୂରଣ କରନ୍ତୁ ନଚେତ ଆନ୍ଦୋଳନ ତୀବ୍ର ହେବ । ଏହି କାର୍ଯ୍ୟକ୍ରମରେ ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇବାରେ ଆପ ବଲାଙ୍ଗିରର ଯୁବ ମୋର୍ଚ୍ଚା ରମାକାନ୍ତ ବେହେରା, ଅମନ ମହାପାତ୍ର, ଅନ୍ତର୍ଯ୍ୟାମୀ ସାହୁ, ସୁନ୍ଦର ରାୟ, ରଞ୍ଜନ ସେଠ, କାହ୍ନୁ କରଣ, ବାଳକୃଷ୍ଣ ନୈକ, ସଦାଶିବ ମେହେର ଆଦି ଉପସ୍ଥିର ରହି ସମର୍ଥନ ଜଣାଇଥିଲେ ।
