ନିଲଜିପତ୍ରାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ମଣ୍ଡଳ ଭାରତୀୟ ଜନତା ପାର୍ଟି ତରଫରୁ ନିଲଜିପତ୍ରା ଅଘରିଆ ଧର୍ମଶାଳାଠାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ନିରାଡମ୍ବରରେ ପାଳନ ହୋଇଯାଇଛି । ମଣ୍ଡଳର ପୂର୍ବତନ ସଭାପତି ହରେକୃଷ୍ଣ ପଟେଲଙ୍କ ଅଧ୍ୟକ୍ଷତାରେ, ଯଶୋବନ୍ତ ପ୍ରଧାନ, ଗିରିଧର ପଟେଲ, କୁବେର ସାହୁ, ମନୋଜ ପ୍ରଧାନ, ଝସକେତନ ସାହୁ ଓ ଅନ୍ୟାନ୍ୟ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୁରୁ ଶ୍ରୀ ଶ୍ରୀଭୂବନେଶ୍ୱର ପ୍ରଧାନଙ୍କ ଅମୃତ ବାଣୀରୁ ଆର୍ଶୀବାଦ ପ୍ରାପ୍ତ କରି ତାଙ୍କ ପାଦପଦ୍ମରେ ପୂଜାର୍ଚ୍ଚନା ହୋଇ ମହତ କାମନା କରାଯାଇଥିଲା । ଗୁରୁ ପରମ୍ପରା ଆମ୍ଭ ସନାତନ ଧର୍ମାବଲମ୍ବୀଙ୍କ ଜୀବନରେ ଇଶ୍ୱରୀୟ ଚେତନା ସୃଷ୍ଟି କରିଥାଏ ବୋଲି ମତ ପ୍ରକାଶ ପାଇଥିଲା ।

jittmm
Leave A Reply

Your email address will not be published.