pr

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠଙ୍କ ମାର୍ଗ ଦର୍ଶନରେ ଓ ଯୁବ ରେଡକ୍ରସ କାଉନସିଲର ତଥା ଜିଲ୍ଲା ସଂଯୋଜକ ଡ. ଦୈତାରୀ ପୂଜାରୀଙ୍କ ତତ୍ୱାବଧାନରେ ସମସ୍ତ ଛାତ୍ରଛାତ୍ରୀମାନେ କଲେଜରେ ବୃକ୍ଷରୋପଣ କରିଥିଲେ । ବଲାଙ୍ଗିର ବନ ବିଭାଗରୁ ୫୦୦ ବୃକ୍ଷ ଯୋଗାଇ ଦିଆଯାଇଥିଲା । ବୃକ୍ଷରୋପଣ ପରେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ବୃକ୍ଷର ଯତ୍ନ ନେବା ସକାଶେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ / ଅଧ୍ୟାପିକା ପଦ୍ମାଳୟା ତ୍ରିପାଠୀ, ଚାରୁଲତା ମିଶ୍ର, ସୁଦାମ ଚରଣ ଖମାରୀ, ପ୍ରକୃତି ବନ୍ଧୁ ଡ. ପବିତ୍ର କୁମାର ଦଣ୍ଡସେନା, ରାଧାକାନ୍ତ ସାହୁ, ପ୍ରମାନନ୍ଦ ବିଶି, ଦୁର୍ବାଦଳ ମିଶ୍ର, ଦିଗାମ୍ବର ପାଣ୍ଡେ, ଦୁଃଖିଶ୍ୟାମ ବାଗ ସମେତ କଲେଜର ସ୍ୱେଚ୍ଛାସେବୀ ରୁଦ୍ର, କୈଳାସ, ସାହିଲ, ପ୍ରିତମ, ଜବା, ସୁନିତା, ମାନିନି, ନିକିତା, ଝରଣା, ସଙ୍ଗିତା, ଲିଜା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.