pr

ଓଡିଶା ଡ୍ରାଇଭର ମହାସଂଘ ପଦ୍ମପୁର ସଙ୍ଘ ପକ୍ଷରୁ ବନ୍ଦ ପାଳନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁରଠାରେ ଓଡିଶା ଡ୍ରାଇଭର ମହାସଂଘ ପଦ୍ମପୁର ସଙ୍ଘ ଶାନ୍ତି ଶୃଙ୍ଖଳା ସହିତ ବନ୍ଦ ପାଳନ ହୋଇଥିଲା । ପଦ୍ମପୁର ଡ୍ରାଇଭର ସଂଘ ବ୍ଲକ ସଭାପତି ଅମିତ ଖରସେଲଙ୍କ ନେତୃତ୍ୱରେ ବନ୍ଦ ପାଳନ ହୋଇଥିଲା ଏଥିରେ ଦହିତା ଡ୍ରାଇଭର ସଙ୍ଘ ସଭାପତି କିଶୋର ବଡ଼ମାଳି, ଏଡ଼ମିନ ଡମ୍ବରୁ ମେହେର, ସୁମନ୍ତ ବଗର୍ତ୍ତୀ, ଅମିତ କୁମାର, ରାଜୁ ପଟେଲ, କାଳିଆ ପଟେଲ ପ୍ରେମା ପଟେଲ, କୁଦଣ୍ଡ ଭୋଇ, ସୁଶାନ୍ତ ସ୍ୱାଇଁ, ଶାନ୍ତି ବରିହା ଓ ପଦ୍ମପୁର, ଦହିତା ଓ ବୁଡ଼ାମାଲ ସଙ୍ଘର ସମସ୍ତ ଡ୍ରାଇଭର ଭାଇ ରହି ବନ୍ଦ ପାଳନ କରିଥିଲେ । ବିଶେଷ କରି ଡ୍ରାଇଭର ଭାଇ ଙ୍କ ସାତ ଗୋଟି ଡିମାଣ୍ଡ ରଖିଛନ୍ତି ତାହା ଯଦି ସରକାର ପୂରଣ ନ କଲେ ଆଗାମୀ ଦିନରେ ମହାବନ୍ଦ ହେବବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

nrusinghnath
Leave A Reply

Your email address will not be published.