pr

କୁରୁଲ ହାଇସ୍କୁଲ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁନ୍ତଲା ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ବେଳନ ବଲାଙ୍ଗିର ଜିଲ୍ଲା ଆନୁକୂଲ୍ୟରେ ରାମଜୀ ହାଇସ୍କୁଲ କୁରୁଲଠାରେ ୭୬ ତମ ବନମହୋତ୍ସବ ପାଳନ କରାଯାଇଥିଲା । ଉତ୍ସବରେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି, ଉପ ଜିଲ୍ଲାପାଳ ଆଲୋକ ପଟେଲ ମୁଖ୍ୟବକ୍ତା, ପୁଇଇଁଲା ବ୍ଲକ ଶିକ୍ଷାଧିକାରୀ ରତ୍ନମୟୀ ପୁରୋହିତ, କୁଟୁମଡୋଳା ମହାବିଦ୍ୟାଳୟର ରିଡର୍ ଡକ୍ଟର ସୁରେଶ କୁମାର ଷଡ଼ଙ୍ଗୀ, ପୂର୍ବତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା , ସରପଞ୍ଚ ଅନିତା ସେଟ, ସମିତି ସଭ୍ୟା ଯଶୋବନ୍ତି ସେଠ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସଭାର ସଭାପତି ବିଦ୍ୟାଳୟର ପ୍ରଧାନଶିକ୍ଷକ ଆନନ୍ଦ କୁମାର ସାହୁଙ୍କ ଅନୁରୋଧ କ୍ରମେ ସମ୍ବେଳନର ସଭ୍ୟ ତଥା ବରିଷ୍ଠ ରୋଟାରିଆନ୍ ବିଷ୍ଣୁ ପ୍ରସାଦ କେଡ଼ିଆ ସମ୍ମାନିତ ଅତିଥି ହୋଇ ଅତି ସୁନ୍ଦର ଭାବେ ସଭା ପରିଚାଳନା କରିଥିଲେ । ସଭାପତି ସଞ୍ଜୟ କୁମାର ଅଗ୍ରୱାଲ ଓ ସମ୍ପାଦକ ଗଜାନନ ଅଗ୍ରୱାଲ ମାରୱାଡ଼ି ସମ୍ବେଳନର ସମସ୍ତ ସଭ୍ୟଙ୍କ ଉପସ୍ଥିତିକୁ ସାଧୁବାଦ ଜଣାଇଥିଲେ । ସମାଜ ପାଇଁ ଅବଦାନ ଥିବା ସହଯୋଗ ଫାଉଣ୍ଡେସନ ମୁଖ୍ୟ ଅନିଲ ମୋଦୀ ଓ ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଏକ ପଦଯାତ୍ରାକୁ ସବୁଜ ପତାକା ହଲାଇ ମୁଖ୍ୟଅତିଥି ମାନ୍ୟବର ସାଂସଦ ଉଦଘାଟନ କରି ଏକ ସାମୁହିକ ବୃକ୍ଷରୋପଣ କରାଯାଇଥିଲା । ଧନ୍ୟବାଦ ଅର୍ପଣ ପର୍ବ ନିର୍ବାହ କରିଥିଲେ ସମ୍ବେଳନର ବରିଷ୍ଠ ସଭ୍ୟ ମୋହନ ଅଗ୍ରୱାଲ । ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ଛାତ୍ରଛାତ୍ରୀଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମ ବେଶ ପ୍ରଶଂସନୀୟ ଥିଲା । ବିବେକା ନନ୍ଦ ପଟେଲ, ମାନସିଂ ସେଟ, ଅଶ୍ୱିନୀ କୁମାର ନାଏକ, ସୁରେନ୍ଦ୍ର ନାଏକ, ପ୍ରକୃତିବନ୍ଧୁ ଭକ୍ତ ଚରଣ ନାଏକ, ଅମରଦୀପ ପାଣିଗ୍ରାହୀ, ରାମକୁମାର ରାଉତ, ଶିକ୍ଷୟିତ୍ରୀ ବାସନ୍ତୀ ସାହୁ, ରଞ୍ଜୁ ଲତା ପଟେଲ, ସଞ୍ଜୁ ନାଗ, ଶିକ୍ଷକ ଦଧି ବାମନ ବାଗ, ସୌଭାଗ୍ୟ ପୁଝାରୀ, ଶୁକଦେବ ପଟେଲ, ନକୁଳ ନାଏକ, ରଘୁନାଥ ପଟେଲ, ଗଣ୍ଡାରାମ ବଗର୍ତ୍ତି, ହାଡୁ ଭୋଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ଆଗେଇ ଆସିଥିଲେ ।

nrusinghnath
Leave A Reply

Your email address will not be published.