pr

ଅସହାୟଙ୍କୁ ଉଦ୍ଧାର କଲେ ଯୁବ ସମାଜସେବୀ ଅସୀମ ଭୋଇ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳେ କରାଟେ କୋଚ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲ ଏକ୍ସରେ ବିଭାଗ ସମ୍ମୁଖ ରାସ୍ତା ମଝିରେ ଏକ ଅଜଣା ବୃଦ୍ଧା ଝିପି ଝିପି ବର୍ଷାରେ ପଡି ରହିଥିବା ଦେଖିବାକୁ ପାଇଲେ । ଅନେକ ଲୋକ ସେହି ରାସ୍ତା ଦେଇ ଯଥାୟତା କରୁଥିଲେ ମଧ୍ୟ କେହି ଉଦ୍ଧାର କରିବାକୁ ଆସୁନଥିଲେ । ଶ୍ରୀ ଭୋଇ ସଙ୍ଗେ ସଙ୍ଗେ ଦୁଇ ଜଣ ଯୁବକଙ୍କୁ ଡାକି ତାଙ୍କ ସହଯୋଗ କ୍ରମେ ବୃଦ୍ଧାଙ୍କୁ ଜରୁରୀ କାଳିନ ୱାର୍ଡକୁ ଚିକିତ୍ସା ପାଇଁ ନେଇଥିଲେ । ସେଠି ଡେଷ୍ଟିଚ୍ୟୁଟ ବିଭାଗ ନ ଥିବାରୁ ଡାକ୍ତର ଭୀମ ଭୋଇ କଲେଜକୁ ରେଫର କରିଥିଲେ । ପରେ ଶ୍ରୀ ଭୋଇ ଆମ୍ବିଲେନ୍ସରେ ବୃଦ୍ଧାଙ୍କୁ ମେଡିକାଲ କଲେଜକୁ ନେଇଥିଲେ । ମେଡିକାଲ କଲେଜ ରେ ବୃଦ୍ଧାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମାନସିକ ବିଭାଗ ପରିବର୍ତ୍ତେ ଅନ୍ୟତ୍ର ଏକ କୋଣରେ ରଖାଯାଇଥିବା ଶ୍ରୀ ଭୋଇ କହିଛନ୍ତି । ସେଠି କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରିଥିବା ଅସୀମ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ଦୁଇ ଦିନ ହେଲା ବୃଦ୍ଧା ଜଣକ ସେହି ଝିପି ଝିପି ବର୍ଷା ପାଣିରେ ସେହିଭଳି ପଡିରହିଥିବା ସେଠିକାର କିଛି ଲୋକ କହୁଛନ୍ତି ।

nrusinghnath
Leave A Reply

Your email address will not be published.